ଉଦୟଗିରି :ବଡଚଣା ବ୍ଲକ ଚଣ୍ଡିଗ୍ରାମରୁ ଆଜି ସକାଳୁ ଗ୍ରାମବାସୀ ମାନେ ଏକ ଖୁରାଣ୍ଟି କୁ ଉଦ୍ଧାର କରି ବନବିଭାଗକୁ ହସ୍ତାନର କରିଛନ୍ତି । ମିଳିଥିବା ସୂଚନା ମୁତାବବକ ଗ୍ରାମବାସୀ ମାନେ ନିଜ ଚାଷ ଜମିକୁ ବୁଲା ଗୋରୁଗାଇ ଙ୍କ ଦାଉରୁ ରକ୍ଷା କରିବା ନିମନ୍ତେ ବାଡ ବ୍ୟାବସ୍ଥା କରିବା ସହ ଏହାର ଚାରିପଟେ ଜାଲ ବିଛାଇଥିଲେ । ଆଜି ଭୋର ସମୟରେ ଏହି ଜାଲରେ ଏକ ଖୁରାଣ୍ଟି ଛନ୍ଦିହୋଇଥିବା ଦେଖି ଗ୍ରାମବାସୀ ମାନେ ଖୁରାଣ୍ଟିଟିକୁ ଉଦ୍ଧାର କରି ବନବିଭାନକୁ ଖବର ଦେଇଥିଲେ । ଖବର ପାଇ ଚଣ୍ଡିଖୋଲ ବନବିଭାଗର କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ଉଦ୍ଧାର ହୋଇଥିବା ଖୁରାଣ୍ଟିକୁ ନିଜ ହେପାଜତକୁ ନେବା ସହ ନିକଟସ୍ଥ ପ୍ରସ୍ତାବିତ ଅସିଆ ଚାରିନଙ୍ଗଳ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଥିବା ଜଣାଯାଇଛି । ତେବେ ଖୁରାଣ୍ଟିଟି ଖାଦ୍ୟ ଅନ୍ୱେଷଣରେ ପ୍ରାୟ ଦୁଇ କିମି ଜଙ୍ଗଲ ଅତିକ୍ରମ କରି ଗ୍ରାମ ମଧ୍ୟକୁ ଚାଲିଆସିଥିବା ଅନୁମାନ କରାଯାଉଛି ।