Odisha news

ରାୟଗଡା : ଆମ ଖଟିର ପ୍ରାକ ବିଷୁବ ଇ-କବିତା ଆସର

0

ରାୟଗଡା,୯ ।୪ : – ଲକ ଡାଉନ ସମୟରେ ସାମାଜିକ ଦୂରତା ସହିତ ମନର ଆବେଗକୁ ଆମ ଖଟି ଆଣିଦେଇଛି ଇ- କବିତା ଆସର ମଜା । ସରକାରଙ୍କ ତରଫରୁ ଗୋଟିଏ ଜାଗାରେ ଏକତ୍ରିତ ନ ହେବା, ବିଭିନ୍ନ ସଭା ସମିତି ଉପରେ କଟକଣା ଜାରୀ କରିଛନ୍ତି । ଏହି କଟକଣା ନିର୍ଦେଶକୁ ପାଳନ କରି ରାୟଗଡର ଅନନ୍ୟ ସାହିତ୍ୟ ବୈଠକ ଅମ ଖଟି ତରଫରୁ ଏକ ପ୍ରାକ ବିଷୁବ ଇ କବିତା ଆସର ଆମ ଖଟି ହ୍ୱାଟସଆପ ଗ୍ରୁପର ସଦସ୍ୟ ମାନଙ୍କ୍ୁ ନେଇ ଅନୁଷ୍ଠିତ ହୋଇଯାଇଅଛି । ସମସ୍ତ କବି କବୟତ୍ରୀମାନେ ନିଜ କବିତା ଆବୃତିର ଭିଡିଓ କରି ଆସର ସମୟରେ କ୍ରମାନ୍ୱୟରେ ପୋଷ୍ଟ କରିଥିଲେ । ଅନ୍ୟ ସଦସ୍ୟ ମାନେ କବିତା ଉପରେ ନିଜସ୍ୱ ମତ ପ୍ରଦାନ କରିଥିଲେ । ଆମ ଖଟିର ଆବାହକ ଆଶୁତୋଷ ପାତ୍ରଙ୍କ ତତ୍ୱାବଧାନରେ ଆସର ଆୟୋଜିତ ହୋଇଥିବା ବେଳେ କବି ଶ୍ରୀଧର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ବରିଷ୍ଠ କବି ସୁଶାନ୍ତ କୁମାର ନାୟକ, କମଳାକୃଷ୍ଣ ତ୍ରିପାଠୀ, ଡମ୍ବରୁଧର ପଟ୍ଟନାୟକ ଏବଂ ହିମାଂଶୁ ଆଚାରୀ ପ୍ରମୁଖ କବିତାଗୁଡିକର ସମୀକ୍ଷା କରିଥିଲେ । ଆମ ଖଟି ଆନୁକୁଲ୍ୟରେ ସୃଜନ ଜାହ୍ନବୀ ପଲ୍ଲବୀ ନାମରେ ଏକ ଇ-ଦୃଶ୍ୟଶ୍ରାବ୍ୟ ସାହିତ୍ୟ ପତ୍ରିକାର ପ୍ରକାଶନ ସଂପର୍କରେ ଘୋଷଣା କରାଯାଇଥିଲା । ଏହି ଆସରରେ କବି ସୁଶାନ୍ତ କୁମାର ନାୟକ, ଆଶୁତୋଷ ପାତ୍ର, ଡମ୍ବରୁଧର ପଟ୍ଟନାୟକ, ଡଃ ନରେନ୍ଦ୍ର କୁମାର ମିଶ୍ର, ଶ୍ରୀଧର ପଟ୍ଟନାୟକ, ରୂପେଶ ସାହୁ, ପ୍ରଣବକଳ୍ପ ପଟ୍ଟନାୟକ, ରାମ ପ୍ରସାଦ ବିଶୋଇ, ଅକ୍ଷୟ ପଣ୍ଡା, ପ୍ରଶାନ୍ତ ପତି, ସୁମିତ ମିଶ୍ର, ତ୍ରିବେଣୀ ମିଶ୍ର, ମହାଶ୍ୱତା ପାଣିଗ୍ରାହୀ, ଶିବସୁନ୍ଦର ପାଣିଗ୍ରାହୀ, ଗାୟତ୍ରୀ ମିଶ୍ର, ରାଧାମୋହନ ପାଣିଗ୍ରାହୀ, ଗଗନ ବିହାରୀ ସ୍ୱାଇଁ, ବିମଳଚାନ୍ଦ ପଟ୍ଟନାୟକ, କଲ୍ୟାଣୀ ସାସମଲ, ଦୁର୍ଗାପ୍ରସାଦ ଶତପଥି, ନୀଳମାଧବ ପାଣିଗ୍ରାହୀ, ସୁନିତା ସାହୁ, ପ୍ରଶାନ୍ତି ସାହୁ, ମାଲକାନଗିରିର କେଶବ ଚନ୍ଦ୍ର ନାୟକ, ଭୂବନେଶ୍ୱରରୁ ଡ.ଚନ୍ଦନ ସିଂ, ସୁଜାତା ମହାପାତ୍ର, ହୀରାକୁଦର ଡଃ ମାୟାଧର ସାହୁ, ବ୍ରହ୍ମପୁରରୁ ରବି ଶର୍ମା, ବିହାର (ଧାନବାଦର)ରୁ ଦିଲ୍ଲୀପ କୁମାର ପୁରୋହିତ ପ୍ରମୁଖ ନିଜ ନିଜ କବିତା ଆବୃତି କରିଥିଲେ । ଶେଷରେ ରୂପେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିିଥିଲେ ।

Leave A Reply