Odisha news

ବୋରିଗୁମ୍ମା ଲକ ଡାଉନ ର ୧୬ ଦିନ ପରେ : କଠୋର ହେଲା ନିୟମ, ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟ।

0

ବୋରିଗୁମ୍ମା : — ଦିନ କୁ ଦିନ କରୋନା ଭାଇରସ ବିଶ୍ୱ ରେ ଆତଙ୍କ ଖେଳାଇ ଚାଲିଛି। ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ରାଜ୍ୟ ତଥା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୪ ରେ ପହଞ୍ଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ,୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲକ ଡାଉନ ର ଅବଧି କୁ ବୃଦ୍ଧି କରିଛନ୍ତି। ଦେଶରେ ଲକ ଡାଉନ ଘୋଷଣା ହେବା ପରେ ଆଜି ହେଉଛି ୧୬ ଦିନ। ବୋରିଗୁମ୍ମା ସହରରେ ଲୋକେ ଲକ ଡାଉନ କଡାକଡି ଭାବେ ପାଳନ କରୁଛନ୍ତି। ସକାଳେ କିଛି ଲୋକ ଅମାନିଆ ଭାବେ ଚଳାବୁଲା କରୁଥିବା ବେଳେ ଦିନ ୧୧ ଟା ପରେ ସହର ସାରା ସୁନସାନ। ପେଟ୍ରୋଲ ପଂମ୍ପ ବି ଦିନ ୧୦ ଟା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହର ମଧ୍ୟରେ ଥିବା କାଁ ଭାଁ ଔଷଧ ଦୋକାନ ଖୋଲା ଥିବାର ଦେଖାଦେଇଛି।ରାଜ୍ୟ ସରକାର ଆଜିଠାରୁ ଯିଏ ଘରୁ ବାହାରିବ, ସେହି ମାନେ ମୁହଁ ରେ ମାସ୍କ ପିନ୍ଧିବାକୁ ବାଧ୍ୟ। ଏମିତିକି କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ଚିଠି ମାଧ୍ୟମରେ କହିଛନ୍ତି ଯେ ଯେଉଁମାନେ ବିନା ମାସ୍କରେ ବାହାରେ ବୁଲୁଛନ୍ତି ,ସେମାନଙ୍କୁ କିରାନା, ପନିପରିବା ଦିଅ ନାହିଁ ବୋଲି ଦୋକାନୀ ମାନଙ୍କୁ ଅପିଲ କରିଛନ୍ତି। ଆଜି ସକାଳୁ ସକାଳୁ ବାହାରେ ଅତ୍ୟାବଶକ ସାମଗ୍ରୀ କିଣିବାକୁ ଆସିଥିବା ଲୋକମାନେ ମୁହଁ ରେ ମାସ୍କ ପିନ୍ଧି ବୁଲୁଥିବା ଦେଖା ଦେଇଥିଲା। ସେ ମହିଳା ହୁଅନ୍ତୁ ଅବା ଛୋଟ ପିଲା ସମସ୍ତେ ମାସ୍କ ପିନ୍ଧୁଛନ୍ତି। ଯାହାର ମାସ୍କ ନାହିଁ, ସେହି ମାନେ ନିଜ ରୁମାଲ କିମ୍ବା ସଫା କପଡ଼ାରେ ମୁହଁ ଘୋଡାଉଛନ୍ତି।।ପୋଲିସ ର ପେଟ୍ରୋଲିଂ ଦିନ କୁ ଦିନ କଡାକଡି ହେଉଛି। ଆମାନିଆ କୁ ସାବଡ଼ କରିବାକୁ ପୋଲିସ ମାଡ଼ ମାରୁଥିବା ଦେଖାଦେଇଛି।

Leave A Reply