Odisha news

ରାୟଗଡା: ଶ୍ରଦ୍ଧା ଶ୍ରୀକ୍ଷେତ୍ରର ପରିସରରେ ଅସ୍ଥାୟୀ ମଣ୍ଡପରେ ବିଜେହେଲେ ବଡ଼ ଠାକୁର

0

ରାୟଗଡା,୨୩ ।୬(Rabindra patkhanda)- ଶ୍ରଦ୍ଧାଶ୍ରୀକ୍ଷେତ୍ର ପରିସରରେ ଅନୁଷ୍ଠିତ ହେଲା ବଡ଼ଠାକୁରଙ୍କ ଘୋଷ ଯାତ୍ରା । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାଇ ଜିଲ୍ଲା ପ୍ରଶାସନ ତରଫରୁ ଜାରୀ କରାଯାଇଥିବା କଟକଣାରେ ସେବାୟତ ମାନଙ୍କୁ ନେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଗୁଣ୍ଡିଚା ଯାତ୍ରା । ତେବେ ସାଧାରଣ ଜନତା ଜଗା ଦର୍ଶନରୁ ବଂଚିତ ହୋଇଥିଲେ । ମନ୍ଦିର ବେଢାରେ ହିଁ ତିନି ଠାକୁରଙ୍କ ନୀତିକାନ୍ତି ସମାପନ ହୋଇଥିଲା । ଭୋର ୫ଟା ସମୟରେ ଅଣସର ଘର ପହଡ ଖୋଲାଯିବା ପରେ ତିିନି ଠାକୁରଙ୍କ ମଙ୍ଗଳ ଆଳତୀ, ତଡପଲାଗି, ଗୋପାଳ ବଲ୍ଲଭ ହେବା ପରେ ଦ୍ୱାରପାଳ ପୂଜା ହୋଇଥିଲା ।

ଧାଡି ପହଣ୍ଡିରେ ସେବାୟତ ମାନେ ମନ୍ଦିର ପରିସରରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମାଉସୀ ମାଁ ମନ୍ଦିରକୁ ଆଣିଥିଲେ । ବାହୁଡା ଯାଏଁ ତିନି ଠାକୁର ଏଠାରେ ପୂଜା ପାଇବେ । ମାଉସୀ ମାଁ ମନ୍ଦିରରେ ଯେଉଁପରି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଉଥିଲା ସେହିପରି ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ଥିବା ଅସ୍ଥାୟୀ ମାଉସୀ ମାଁ ମନ୍ଦିରରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିିଟି ତରଫରୁ ସୂଚନା ଦିଆଯାଇଛି । ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା,ଏସଡ଼ିପିଓ ତପନ ନାରାୟଣ ରଥ, ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଉମାକାନ୍ତ ବେହେରା ଉପସ୍ଥିତରହି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ ।

Leave A Reply