Odisha news

ରୁଷର ବିଦେଶ ମନ୍ତ୍ରୀଙ୍କ ବଡ ବୟାନ ଭାରତକୁ ଦିଆଯାଉ ସଂଯୁକ୍ତ ରାଷ୍ଟ୍ରର ସ୍ଥାଇ ସଦସ୍ୟତା

0

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟୀକୁ ନେଇ ଚାଲିଥିବା ବିବାଦ ଉପରେ ରୁଷ ତାର ବୟାନ ଦେଇଛି l ରୁଷର ବିଦେଶ ମନ୍ତ୍ରୀ ସଂଗେଇ ଲାବରୋବ କହିଛନ୍ତି ଯେ ଭାରତ ଓ ଚୀନ ସୀମା ବିବାଦକୁ ନେଇ ଉତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ରୁଷକୁ ଲାଗୁନାହିଁ ଏଥିରେ କୌଣସି ତୃତୀୟ ଦେଶ ହସ୍ତକ୍ଷପ କରିବା କିମ୍ବା ସାହାଯ୍ୟର ଆବଶ୍ୟକତା ନାହିଁ l

ଏହା ସହିତ ରୁଷ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭାରତର ସ୍ଥାଇ ସଦସ୍ୟତାକୁ ନେଇ ଜୋରଦାର ସମର୍ଥନ କରିଛି l ରୁଷର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଆଜି ଆମେ ସଂଯୁକ୍ତ ରାଷ୍ଟ୍ରର ସମସ୍ୟାକୁ ସୁଧାରିବାର କଥା କହୁଚୁ କିନ୍ତୁ ଭାରତ ଠାରୁ ଭଲ ଆଉକେହି ଉପଯୁକ୍ତ ନୋମିନି ନାହାଁନ୍ତି l ଆମେ ଭାରତର ସଦସ୍ୟତାକୁ ସମର୍ଥନ କରୁଛୁ l ଆମେ ଆଶା କରୁଛୁ ଯେ ଦୁଇଟି ଦେଶ ମଧ୍ୟରେ ସ୍ଥିତି ଶାନ୍ତିପୂର୍ଣ ରହିବ ଓ ବିବାଦର ଶାନ୍ତିପୂର୍ଣ ସମାଧାନ ପାଇଁ ପ୍ରତିବଦ୍ଧ ରହିବେ l

ଆଜି ଭାରତ-ଚୀନ ଓ ରୁଷର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଭିଡିଓ କନ୍ଫର୍ନେସିଙ୍ଗ ଜରିଆରେ ବୈଠକ ହୋଇଛି l ଭାରତର ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କର କହିଛନ୍ତି ଯେ ବିଶ୍ୱର ବିଶ୍ୱର ନେତୃତ୍ୱ ନେବା ପାଇଁ ସମସ୍ତଙ୍କ ହିତରେ ସ୍ୱର ଉଠିବା ଆବଶ୍ୟକ l ଏହି ଅନ୍ତରାଷ୍ଟ୍ରୀୟ ସମ୍ବଦ୍ଧ ଟାଇମ ଟେଷ୍ଟେଡ ପ୍ରିନ୍ସିପୁଲରେ ଆମର ବିଶ୍ୱାସକୁ ଦୋହରାଉଛି l ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ l

Leave A Reply