Odisha news

ଇମ୍ଫାରେ ସମ୍ପୁର୍ଣ୍ଣ ସୁରକ୍ଷା ସଂପର୍କିତ ପୂର୍ବାଭ୍ଯାସ ଅନୁଷ୍ଠିତ 

0
ରାୟଗଡା-ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ କ୍ରାଇସିସ୍ ଗୃପ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଇମ୍ଫା କାରଖାନାରେ ଅଗ୍ନି ଜନିତ ଦୁର୍ଘଟଣା ଓ ତାର ନିରାକରଣ ପ୍ରସ୍ତୁତିର ପୂର୍ବାଭ୍ୟାସ କରାଯାଇଅଛି। ଇମ୍ଫା କାରଖାନା ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ସ୍ଥିତ କାରଖାନା ଓ ବାଷ୍ପିୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସ୍ବରୁପ କୁମାର ଜେନା, ସହକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାଏକ, ରାୟଗଡ଼ା ଜିଲ୍ଲା ଅଗ୍ନି ସମ ଅଧିକାରୀ ଶ୍ରୀ କବିନ୍ଦ୍ର ସୁନିନୀ ଜିଲ୍ଲା ପ୍ରକଳ୍ପ ତଥା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ପାତ୍ର ସ୍ଥାନୀୟ ଜେ କେ କମ୍ପାନୀ ଓ ସାଇ ପ୍ରଡକ୍ଟର ଅଧିକାରୀ ମାନେ ନିରିକ୍ଷକ ଭାବେ ଯୋଗ ଦେଇଥିଲେ ପ୍ରଥମେ ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ ସ୍ଥାନୀୟ ଵିଶ୍ବକର୍ମା ଭବନରେ ପ୍ରୋଜେକ୍ଟର ମାଧ୍ୟମରେ ସମସ୍ତ ସରକାରୀ ଅଧିକାରୀ ନିକଟବର୍ତ୍ତୀ କାରଖାନାର ପ୍ରତିନିଧି ଓ ଇମ୍ଫାର କର୍ମଚାରୀଙ୍କୁ କାରଖାନାର ବିଭିନ୍ନ ପ୍ରକାର ସୁରକ୍ଷା ସଂପର୍କିତ ପ୍ରସ୍ତୁତି ପ୍ରଣାଳୀ ଓ ଦୁର୍ଘଟଣା ଏଡାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଇମ୍ଫାର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଇ ଭି ଏସ୍ ଉମା ମହେଶ୍ବର ଉତ୍ପାଦନ ପ୍ରଣାଳୀ ଏବଂ ଏଥି ସହିତ ସଂଲଗ୍ନ ହୋଇଥିବା ବିପଦ ସଙ୍କୁଳ ସ୍ଥାନ ବିଷୟରେ ସଚେତନ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବରୁ ବିଭିନ୍ନ ପ୍ରକାରର ସୁରକ୍ଷା ସମ୍ବନ୍ଧୀୟ ଜରୁରୀ କାଳୀନ ପରିସ୍ଥିତି ପାଇଁ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରଖିବା ଏବଂ ଶିଳ୍ପ ଦୁର୍ଘଟଣାରୁ ରକ୍ଷା କରିବା ନିମନ୍ତେ ଦିଆଯାଉଥିବା ପ୍ରଶିକ୍ଷଣର ତତ୍ବାବଧାନ ପାଇଁ ସମସ୍ତଙ୍କ ଉପସ୍ଥିତିରେ ଏକ ସମ୍ପୂର୍ଣ୍ଣ ସୁରକ୍ଷା ସଂପର୍କିତ ମକଡ୍ରିଲର ଆୟୋଜନ କରାଯାଇଥିଲା।
ଏହି ମକଡ୍ରିଲ ବେଳେ ସମସ୍ତ ଟିମ ଭିତରେ ସମନ୍ବୟ ରକ୍ଷା କରି ଠିକ୍ ଭାବରେ ହୋଇଥିବାରୁ ସମସ୍ତ ସରକାରୀ ଅଧିକାରୀ ଇମ୍ଫା କର୍ମଚାରୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସହକାରୀ ନିର୍ଦ୍ଦେଶକ ଶ୍ରୀ ନାୟକ ପୂର୍ବ ଦିନ ମାନଙ୍କର ପ୍ରସ୍ତୁତି ଅପେକ୍ଷା ଏହି ମେକଡ୍ରିଲ ପସ୍ତୁତୀ କରଣରେ ହୋଇଥିବା ଉନ୍ନତିକୁ ନେଇ ଇମ୍ଫା କତୃପକ୍ଷଙ୍କୁ ପ୍ରଶଂସା କରିଥିଲେ। ଉପ ନିର୍ଦ୍ଦେଶକ ଶ୍ରୀ ସ୍ବରୁପ କୁମାର ଜେନା କମ୍ ରୁ କମ୍ ସମୟରେ ସୁରକ୍ଷା ନିୟମ ମାନି କାମ କଲେ ମଣିଷ ଜୀବନ ସହିତ କାରଖାନାର କ୍ଷୟ କ୍ଷତିକୁ ବଞ୍ଚାଯାଇ ପାରିବ।
ତଥା ଏହି ସମୟରେ  ସମୟ ଓ ନିଷ୍ପତ୍ତିର ଗୁରୁତ୍ବ ବିଷୟରେ ବୁଝାଇଥିଲେ।  ଜିଲ୍ଲା ଅଗ୍ନସମ ଅଧିକାରୀ ଶ୍ରୀ କବିନ୍ଦ୍ର ସୂନାନୀ ଇମ୍ଫାରେ ବର୍ଷ ତମାମ ବିଭିନ୍ନ ସମୟରେ ତାଲିମ ନେଇ ଠିକ୍ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରଖି ଏକ ନୂତନ ମାନର ପ୍ରଦର୍ଶନ କରୁଥିବାରୁ ଖୁସିବ୍ଯକ୍ତ କରିବା ସହିତ ଏହାକୁ ସବୁବେଳେ ଅଭ୍ଯାସ କରିବା ପାଇଁ ଉପଦେଶ ଦେଇଥିଲେ  । ବରିଷ୍ଠ ମହା ପ୍ରବନ୍ଧକ ଶ୍ରୀ ଇ ଭି ଏସ୍ ଉମା ମହେଶ୍ବର ସମସ୍ତ ଅଧିକାରୀ, ନିରୀକ୍ଷଣ କାରୀ ଦେଇଥିବା ଉପଦେଶକୁ ସବୁବେଳେ ପାଳନ କରାଯିବା  ସହିତ ଏହି ପକ୍ରିଆ ସବୁବେଳେ ରଖା ଯିବ ବୋଲି କହିଥିଲେ।  ଶେଷରେ କାରଖାନାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି ପ୍ରକିଆରେ ସମସ୍ତଙ୍କର ଧନଜୀବନ ଜଡିତ ହୋଇ   ରହି ଥିବାରୁ ମାର୍ଗ ଦର୍ଶନ କରିଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ  ।

Leave A Reply