Odisha news

ଅସ୍ତରଙ୍ଗ ଉପକୂଳରେ ପ୍ରାକୃତିକ ଗ୍ୟାସର ଓ ତୈଳ ଅନୁସନ୍ଧାନ ଆରମ୍ଭ ନିୟୋଜିତ ହେଲେ ରୁଷର ୩ ଅତ୍ୟାଧୁନିକ ପାଣି ଜାହାଜ

0

ଅସ୍ତରଙ୍ଗ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ଉପକୂଳରେ ତୈଳ ଓ ପ୍ରାକୃତିକ ବାଷ୍ପ ର ଅନୁସନ୍ଧାନ ସହ, ଗବେଷଣାରେ ଯୋଗଦେବା ଲାଗି ଦେବୀ ମୁହାଣ ଅନତି ଦୂର ତଥା ବଙ୍ଗୋପସାଗର ର ଅଥଳ ଜଳରାଶିରେ ଯୋଗ ଦାନ କରିଛନ୍ତ ରୁଷର ୩ ଟି ପାଣି ଜାହାଜ । ଏହି ଜାହାଜ ପୂର୍ବରୁ ଆସିଥିବା ଜାହଜ ସହିତ ଯୋଗଦାନ କରି , ୮ ହଜାର ବର୍ଗ ପରିମିତ ସମୁଦ୍ର ଜଳରାଶିରେ ୧ ମାସ ଧରି ସେମାନଙ୍କର କାର୍ଯ୍ୟକ୍ରମ ଜାରିରଖିବେ ।
ଏଠାରେ ପ୍ରକାଶ ଯୋଗ୍ୟ , ଇଣ୍ଡିଆନ ଅଏଲ୍ କମ୍ପାନୀ ତରଫରୁ ତୈଳ ଓ ପ୍ରାକୃତିକ ବାଷ୍ପର ସନ୍ଧାନ ନେଇ ୧୯୮୬ ମସିହାରେ ଅସ୍ତରଙ୍ଗ ଉପକୂଳରେ ଏକ ସର୍ଭେ କରାଯାଇ କେଳୁଣୀ ମହାଣ ସନ୍ନିକଟ ରାଇବେରୁଆଁ ଗ୍ରାମର ଦକ୍ଷିଣ ପାଶ୍ୱର୍କୁ ଏକ ସ୍ଥାନ ନିରୁପଣ କରାଯାଇଥିଲା ।

ଅତ୍ୟାଧୁନିକ ଯନ୍ତ୍ରପାତି ଅଣାଯାଇ ଦିର୍ଘ ୪ ମାସ ଧଣି ତୈଳକୂପ ଖନନ କରାଯାଇଥିଲା । ଖନନ ପରେ ତୈ÷ଳ ଓ ପା୍ରକୃତିକ ବିଶେଶଜ୍ଞ ମାନଙ୍କ ଦ୍ୱାରା ପରିକ୍ଷା ନିରିକ୍ଷା କରାଯାଇ ଜଣାଗଲାଯେ, ଯେଉଁ ପରିମାଣରେ ଉକ୍ତ କୂପରେ ତୈଳର ସ୍ତର ରହିଅଛି , ତାହା ଯଥେଷ୍ଟ ନୁହେଁ ଯାହକି, ଖନନ ଠାରୁ ପରିବହନ ଖର୍ଚ୍ଚ ଅଧିକ ହୋଇପଡିବ । ଭାରତ ସରକାର ଉକ୍ତ କୂପକୁ ସିଲ୍ କରି ବନ୍ଦ କରିଦେଇଥିଲେ ମଧ୍ୟ କୂପରୁ ବାହାରିଥିବା ମାଟି ଓ ଅନାନ୍ୟ ପଦାର୍ଥ ଅଦ୍ୟାବଧି ତେଲିଆ ଅଂଶ ରହିଅଛି । ତତ୍ପରେ ୩ ବର୍ଷ ପୂର୍ବରୁ ଏହି କୂପ ନିକଟସ୍ଥ କେଳୁଣୀ ମୁହାଣ ନିକଟସ୍ଥ ସମୁଦ୍ର ଗର୍ଭରେ ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରାଳୟ ତରଫରୁ ସାଟାଲାଇଟ୍ ସର୍ଭେ ମଧ୍ୟ କରାଯାଇଥିଲା ।

ହେଲେ ସେତବେଳର ସାଟେଲାଇଟ୍ ସେର୍ଭ ହେଉ କି , ଆଉ ଅବା କଣ ହେଉ , କେନ୍ଦ୍ର ସରକାରଙ୍କର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରାଳୟ କେଳୁଣି ମୁହାଣ ସନ୍ନିକଟ ସିରେଇ ଗ୍ରାମ ଠାରୁ , ପୁରୀ ଜିଲ୍ଲା ଶେଷ ସୀମା ତଥା ଜଗ୍ତସିଂହପୁର ଜିଲ୍ଲାର ବଙ୍ଗୋପସାଗର ର ସହାଡାବେଦୀ ସୀମା ପର୍ଯ୍ୟନ୍ତ ସମୁଦ୍ର ଜଳରାଶିରେ ତାହାର ସର୍ଭେ କାର୍ଯ୍ୟ ୮ହଜାର ମିଟର ପରିଧିରେ ଜାରି ରଖିଅଛି । ଏହି ସର୍ଭେ କାର୍ଯ୍ୟରେ ରୁଷ ର ୩ ଟି ଅତ୍ୟାଧୁନିକ ଜଳ ଜାହଜ ନିୟୋଜିତ ହେବା ସହ ଆନ୍ଧ୍ରପ୍ରଦେଶର କାଙ୍କିନାଡାରୁ ଆସିଥିବା ୬ ଟି ଛୋଟ ଜାହାଜ ନିୟୋଜିତ ହୋଇ ରୁଷରୁ ଆସିଥିବା ୩ ଟି ଜାହାଜକୁ ଚତୁଃପାଶ୍ୱରୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ଅପର ପକ୍ଷରେ ଅସ୍ତରଙ୍ଗ ସ୍ଥିତ ନୁଆଗଡ ମେରାଇନ୍ ଥାନା ପକ୍ଷରୁ ଓ.ଏମ୍.ଜି.ସି କୁ ତାଙ୍କର ଆବଶ୍ୟକ ମୁତାବକ ସାହାର୍ଯ୍ୟ ସହୋଯୋଗ ଯୋଗାଇ ଦିଆଯାଉଥିବା ବେଳେ ଦେବୀ ମୁହାଣ ସନ୍ନିକଟ ବଙ୍ଗୋପସାଗରରେ ସାମୁଦ୍ରୀକ ପେଟ୍ରୋଲିଂ କୁ କଡାକଡି କରାଯାଇଛି ବୋଲି ମେରାଇନ୍ ଥାନା ଆଇ.ଆଇ.ସି ଦିଲ୍ଲିପ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି ।

Leave A Reply