ରାମାୟଣ ଅନୁସାରେ ରାବଣ ରାକ୍ଷସ କୂଳରେ ଜନ୍ମ ନେଇଥିଲା ଏବଂ ସେ ଲଙ୍କାପତି ରାବଣ ଭାବରେ ପ୍ରସିଦ୍ଧ ହୋଇଥିଲା l ରାବଣ ନିଜର ଜ୍ଞାନ, ବଳ ର ଅହଂକାର ରହିଥିବା କାରଣରୁ ସେ ସବୁକିଛି ଭୁଲି ଯାଉଥିଲା l କିନ୍ତୁ ରାବଣ ନିଜ ପୂର୍ବ ଜନ୍ମରେ ରାକ୍ଷସ ନଥିଲା, ସେ ଅଭିଶପ୍ତ ହୋଇ ରାକ୍ଷସ କୂଳରେ ଜନ୍ମ ହୋଇଥିଲା l ଧର୍ମ ଶାସ୍ତ୍ର ଅନୁସାରେ ରାବଣ ଓ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମରେ ବୈକୁଣ୍ଠ ପୁରରେ ଦ୍ୱାରପାଳ ଥିଲେ l ବିକୁଣ୍ଠ ପୁରରେ ଏହି ଦୁହିଁଙ୍କ ନାମ ଜୟ ଓ ବିଜୟ ଥିଲା l ଠାରେ ସନକ, ସାନନ୍ଦନ ଓ ସନତ କୁମାର ନାମକ ମୁନି ବୈକୁଣ୍ଠ ପୁରୀରେ ପହଁଚିଲେ ଶ୍ରୀହରୀ ବିଷ୍ଣୁ ଙ୍କ ସେବା କରିବା ପାଇଁ l
କିନ୍ତୁ ବୈକୁଣ୍ଠ ର ଦ୍ୱାରପାଳ ଜୟ ଓ ବିଜୟ ସେମାନଙ୍କୁ ବୈକୁଣ୍ଠ ପୁରରେ ପ୍ରବେଶ ପାଇଁ ବରଂ କରି ଅଟକାଇ ଥିଲେ ଏବଂ କହିଥିଲେ ଯେ ବର୍ତମାନ ଶ୍ରୀହରୀ ଙ୍କ ବିଶ୍ରମର ସମୟ ଅଟେ l ଏହାପରେ ମୁନୀ ଗଣ କ୍ରୋଧିତ ହୋଇ ଜୟ ବିଜୟ ଙ୍କୁ ଅଭିଶାପ ଦେଇଥିଲେ ଓ କହିଥିଲେ ଯେ ତମ ମାନଙ୍କର କର୍ମ ରାକ୍ଷସ ଭଳି ତେଣୁ ତମେମାନେ ରାକ୍ଷସ କୂଳରେ ଜନ୍ମ ନେବ l ଜୟ ବିଜୟ ଅଭିଶାପ ଶୁଣି କ୍ଷମା ପ୍ରାର୍ଥନା କରିଥିଲେ l ଏହାପରେ ମୁନି ଗଣ କହିଥିଲେ ଯେ ଅଭିଶାପ ଆଉ ଫେରାଇ ନେଇ ହେବ ନାହିଁ, ତେଣୁ ତମେ ଦୁହେଁ ତିନିଜନ୍ମ ପର୍ଯ୍ୟନ୍ତ ରାକ୍ଷସ କୂଳରେ ରେ ହିଁ ରହିବ l ଏବଂ ଏହାପରେ ଏହି ଅଭିଶାପ ରୁ ସ୍ୱୟଂ ଭଗବାନ ବିଷ୍ଣୁ ତମକୁ ମୁକ୍ତି ଦେବେ l
ମୁନି ଗଣ ଙ୍କ ଅଭିଶାପ କାରଣରୁ ଜୟ ବିଜୟ ରାବଣ ଓ କୁମ୍ଭକର୍ଣ୍ଣ ହୋଇ ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିଲେ l ତ୍ୱରିତେୟା ଯୁଗରେ ପ୍ରଭୁ ବିଷ୍ଣୁ ଶ୍ରୀରାମ ଙ୍କ ରୂପରେ ଧରାପୃଷ୍ଠରେ ଅଯୋଧ୍ୟାର ରାଜା ଦଶରଥ ଙ୍କ ଘରେ ଜନ୍ମ ନେଇଥିଲେ l ଏହାପରେ ସମୟ କ୍ରମେ ମାତା ଜାନକୀ ଙ୍କର ହରଣ କରିଥିଲା ଲଙ୍କାପତି ରାବଣ l ଏବଂ ମା ଜାନକୀ ଙ୍କୁ ରାବଣ ନିକଟରୁ ଉଦ୍ଧାର କରିବା ପାଇଁ ପ୍ରଭୁ ଶ୍ରୀରାମ ରାବଣ ଓ ବିଭୀଷଣ ଙ୍କୁ ମୃତ୍ୟୁ ଦେଇ ଅଭିଶାପ ରୁ ମୁକ୍ତି କରିଥିଲେ l ଏହାପରେ ଜୟ ବିଜୟ ପୁନର୍ବାର ବୈକୁଣ୍ଠ ପୁରରେ ଜୟ ବିଜୟ ଭାବରେ ଦ୍ୱାରପାଳ ହୋଇଥିଲେ l ନିଜ ଭକ୍ତଙ୍କୁ ଅଭିଶାପ ରୁ ମୁକ୍ତି ଦେବା ପାଇଁ ସ୍ୱୟଂ ଭଗବାନ ବିଷ୍ଣୁ ଧରାପୃଷ୍ଠ ଅଵତାରଣ କରିଥିଲେ l