Odisha news

ଭାରତର ଏହିସବୁ ହୋଟେଲ ରୁ ଆସିଥାଏ ଭୟଙ୍କର ଶବ୍ଦ , ଯାହାକୁ କୁହାଯାଇ ଥାଏ ଭୁତ ଙ୍କ ଆଡା ସ୍ଥଳୀ

0

ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଭୂତଙ୍କ ନାଁ ଶୁଣିଲେ ଆପେ ଆପେ ମନଭିତରେ ଅନେକ କଥା ଗଢି ଉଠିଥାଏ l ବିଜ୍ଞାନ ଯୁଗରେ ଅନେକ ଲୋକ ଅଛନ୍ତି ଯିଏକି ଏହି ଅଶରିରୀ ଏବଂ ଭୁତ ଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ l କିନ୍ତୁ ଆଉ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯିଏକି ଭୁତ ର ନାମ ମାତ୍ରକେ ହିଁ ଭୟଭୀତ ହୁଅନ୍ତି l ଆମେ ସତରେ ଦେଖୁ କି ନ ଦେଖୁ କିନ୍ତୁ ଭୁତ ଶବ୍ଦ ହିଁ ମଣିଷ ପାଇଁ ଗୋଟିଏ ଭୟର କାରଣ l କିନ୍ତୁ ଆମେ ଆଜି ଭୁତ କଥା କହିବାର ବିଶେଷ କିଛି କାରଣ ରହିଛି l ଆଜ୍ଞା ଆପଣ ଜାଣିଛନ୍ତି କି ଭାରତରେ ଏଭଳି କିଛି ହୋଟେଲ ରହିଥାଏ ଯାହାକୁ ଭୁତ ଙ୍କ ହୋଟେଲ ବୋଲି କୁହାଯାଇଥାଏ l

ମିଳିଥିବା ସୂଚନା ଅନୁସାରେ ଭୁତ ମାନଙ୍କର ହୋଟେଲ ତାଲିକାରେ ସର୍ବ ପ୍ରଥମେ ଉଟି ର ଫର୍ନହିଲ ରୟାଲ ପ୍ୟାଲେସ ସାମିଲ ରହିଛି l ଏହି ହୋଟେଲ ରେ ବଲିଉଡ ଚଳଚିତ୍ର ରାଜ ର ସୁଟିଂ ହୋଇଥିଲା l ସୂଚନା ଯୋଗ୍ୟ ଯେ ସୁଟିଂ ସମୟରେ କୋରିଓଗ୍ରାଫର ସ୍ବର୍ଗତ ସରୋଜ ଖାନ ଙ୍କ ସମେତ ଅନେକ କୃ – ମେମ୍ବରସ ଙ୍କୁ ଏହି ହୋଟେଲ ରେ ଟେବୁଲ ଚଉକି ଟଣାଟଣି ହେବାର ଶବ୍ଦ ଆସିଥିଲା l ଉଟି ର ଆଉ ଗୋଟିଏ ହୋଟେଲ ହେଉଛି ଲେକ୍ୟୁବ ହୋଟେଲ, ସୂଚନା ଯୋଗ୍ୟ ଯେ ଏଠାରେ ରହୁଥିବା ଭ୍ରମଣକାରୀ ମାନେ ଅନେକ ଥର ଏହି ହୋଟେଲ କିଛି ଅଦ୍ଭୁତ ଶବ୍ଦ କିମ୍ବା କାର୍ଯ୍ୟ କୁ ନେଇ କହି ଥାଆନ୍ତି l

ଭାରତର ଆଉ ଗୋଟିଏ ଭୟଭୀତ କଲାଭଳି ହୋଟେଲ ହେଉଛି ମଶୁରି ର ଦି ସିଵଏ ହୋଟେଲ ସାମିଲ ରହିଛି l କୁହାଯାଏ ଏହି ହୋଟେଲ ରେ ଜଣେ ମହିଳା ଆର୍ମି ଅଫିସର ଙ୍କର ମୃତ୍ୟୁ ହୋଇଥିଲା l ଏହାପରେ ଏହି ହୋଟେଲ ରେ ବିଭିନ୍ନ ପ୍ରକାରର ଶବ୍ଦ ଶୁଣିବାକୁ ମିଳିଥାଏ ଓ ଅନେକ ଭୟଙ୍କର କାର୍ଯ୍ୟକଳାପ ହେଉଥିବାର ମଧ୍ୟ ଶୁଣିବାକୁ ମିଳିଥାଏ l ରାଜସ୍ଥାନ ର କୋଟା ରେ ଥିବା ବ୍ରୁଜରାଜ ଭବନ ପ୍ୟାଲେସ ବ୍ରିଟିଶ ରାଜତ୍ୱ ସମୟରେ ମେଜର ବର୍ଟନ ଙ୍କ ଘର ଥିଲା l

୧୮୫୭ ର ବିଦ୍ରୋହ ସମୟରେ ପରିବାରର ସମସ୍ତଙ୍କୁ ମାରିଦିଆ ଯାଇଥିଲା l ୧୯୮୦ ରେ ଏହି ପ୍ୟାଲେସ କୁ ପୁନର୍ବାର ନିର୍ମାଣ କରାଯାଇଥିଲା ଓ ହୋଟେଲ ଭାବରେ ଖୋଲା ଯାଇଥିଲା l କିନ୍ତୁ ଏଠାରେ ରହୁଥିବା ଅତିଥି ମାନଙ୍କ ସହିତ ଖୁବ ଅଦ୍ଭୁତ ଜିନିଷ ଘଟିଥାଏ ବୋଲି କୁହାଯାଇଛି l ମୁମ୍ବାଇର ତାଜ ମହଲ ହୋଟେଲ ର ଗୋଟିଏ ଭାଗରେ ଅଶରିରୀ ଶକ୍ତି ଙ୍କ ବାସ ରହିଛି ବୋଲି କୁହାଯାଏ l କୁହାଯାଏ ଯେ ଏହି ହୋଟେଲ ରେ ବ୍ରିଟିଶ ବାସ୍ତୁକାର ଡବ୍ଲ୍ୟୁ ଚମ୍ବରସ ଙ୍କ ଆତ୍ମା ଘୁରି ବୁଲୁଥାଏ l କଥାଟି ହେଲା ହୋଟେଲ ତିଆରି ସରିବା ପରେ ବାସ୍ତୁକାର ଡବ୍ଲ୍ୟୁ ଚମ୍ବରସ ଜାଣିବାକୁ ପାଇଲେ ଯେ ହୋଟେଲ ଟି ବିପରୀତ ଦିଗରେ ତିଆରି ହୋଇଛି ଓ ଏଥିରେ କିଛିଟା ଭୁଲ ମଧ୍ୟ ହୋଇଛି l ଏହାପରେ ସେ ଆତ୍ମହତ୍ୟା କରି ଦେଇଥିଲେ l

Leave A Reply