Odisha news

ଆଜିଠୁ ଆରମ୍ଭ ହେଲା ଧର୍ମର ମାସ କାର୍ତିକ : ଏହି ମାସରେ ଏହିସବୁ କାର୍ଯ୍ୟ କୁ କରିବା ଉଚିତ ନୁହେଁ

0

ଆଶ୍ୱିନ ମାସର ପୂର୍ଣମୀ ପର ଦିନ କାର୍ତିକ ମାସ ଆରମ୍ଭ ହୋଇଥାଏ l ଏହି ପବିତ୍ର ମାସଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ l କାର୍ତିକ ମାସକୁ ଧର୍ମ ର ମାସ ମଧ୍ୟ କୁହାଯାଇଥାଏ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସରେ ସ୍ନାନ ଦାନର ଅନେକ ମହତ୍ୱ ରହିଛି l ଏହି ମାସରେ ଭଗବାନ ଶିବ ଓ ବିଷ୍ଣୁ ଙ୍କୁ ପୂଜାର୍ଚନା କରାଯାଇଥାଏ l ଅକ୍ଷୟ ପୁଣ୍ୟ ପ୍ରାପ୍ତି ପାଇଁ ମlଲକ୍ଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଏ l ଚଳିତ ବର୍ଷ କାର୍ତିକ ମାସ ଅକ୍ଟୋବର ୨୯ ତାରିଖ ଠାରୁ ଆରମ୍ଭ ହେଉଛି ଏବଂ ଏହାର ସମାପନ କାର୍ତିକ ପୁର୍ଣିମା ଦିନ ନଭେମ୍ବର ୨୩ ତାରିଖ ରେ ହେବ l

କାର୍ତିକ ମାସରେ ଏହି କାର୍ଯ୍ୟ କରନ୍ତୁ ନାହିଁ -:
– ଧର୍ମର ମାସ କାର୍ତିକ ରେ କୌଣସି ବ୍ୟକ୍ତିର କ୍ଷତି କରିବା ଭଳି ଧାରଣା ମନକୁ ଆଣିବା ଉଚିତ ନୁହେଁ l ଏହାଦ୍ୱାରା ଜୀବନ ରେ ଝଡଝଞ୍ଜା ଦେଖା ଯାଇଥାଏ l

– କାର୍ତିକ ମାସରେ ଶ୍ରୀହରି ଜଳରେ ନିବାସ କରୁଥିବାରୁ ମାଛ ଭଳି ତାମସିକ ବସ୍ତୁକୁ ସେବନ କରିବା ଉଚିତ ନୁହେଁ l କାହିଁକି ନା ଏହା ଧର୍ମ ର ମାସ ହୋଇ ଥିବାରୁ ତାମସିକ ଭୋଜନ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ l

– କାର୍ତ୍ତିକ ମାସରେ ରୋଗ ବୈରାଗ ଠାରୁ ଦୂରେଇ ରହିବା ପାଇଁ ଏବଂ ଈଶ୍ୱର ଙ୍କ ନିକଟତର ହେବା ପାଇଁ ଆଳସ୍ୟ ତ୍ୟାଗ କରିବା ଜରୁରୀ l

କାର୍ତ୍ତିକ ମାସରେ ଏହି ସବୁ କାର୍ଯ୍ୟ କରିବା ଉଚିତ -:
– କାର୍ତ୍ତିକ ମାସରେ ସ୍ନାନ ଦାନ ଧର୍ମର ବିଶେଷ ମହତ୍ୱ ରହିଛି l କୁହାଯାଏ ଯେ ଏହି ମାସରେ ସକାଳ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ ଓ ଶ୍ରୀହରୀ ଙ୍କ ବିଶେଷ କୃପା ଲାଭ ହୋଇଥାଏ l

– ମନ୍ୟତା ରହିଛି ଯେ ଏହି ମାସରେ ଗୋଟିଏ ଗ୍ଲାସ ପାଣିରେ କିଛି ତୁଳସୀ ପତ୍ର ସେବନ କରିବା ଦ୍ୱାରା ବର୍ଷ ସାରା ରୋଗ ହୋଇ ନଥାଏ l

– କାର୍ତିକ ମାସ ସାରା ତୁଳସୀ ଚଉରା ରେ ଦୀପ ଦାନ କରିବା ଦ୍ୱାରା ମାଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ , ମହିଳା ମାନେ ଅହ୍ୟସୁଲକ୍ଷଣୀ ହୋଇ ଥାଆନ୍ତି ଏବଂ ଘରେ ମାଲକ୍ଷ୍ମୀ କୃପା ରହିଥାଏ l

– ଏହି ମାସରେ ମୁଳା, କନ୍ଦ ମୂଳ , ଗାଜର ଇତ୍ୟାଦି ସେବନ କରିବା ଦ୍ୱାରା ଆମେ ରୋଗ ଠାରୁ ଦୂରେଇ ରହିଥାଉ l ଏବଂ ଶରୀର ର ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି ହୋଇଥାଏ l

Leave A Reply