Odisha news

ଆସିଗଲା ଶୀତ ଋତୁ : ଏହି ଋତୁରେ ବୁଟ ଛତୁଆ ଖାଇବାର ମିଳିଥାଏ ଚମତ୍କାର ଲାଭ

0

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ କହିଲେ ଛତୁଆ, ଚୁଡା କଦଳୀ ଓ ପଖାଳ ଭାତ l ଏହା ପ୍ରାୟ ସମସ୍ତ ଓଡ଼ିଆ ଘରେ ଚିର ପରିଚିତ ଖାଦ୍ୟ ଅଟେ l ବିଶେଷ ଭାବେ ଛତୁଆ ଏହି ଖାଦ୍ୟ ମାନଙ୍କ ମଧ୍ୟରୁ ଅଧିକ ଚାହିଦା ନେଇଥାଏ l କାହିଁକି ନା ପିଲା ସ୍କୁଲ ଯିବା ବେଳକୁ ମା ଛତୁଆ ଟିକେ ଗୋଳେଇ ରଖିଦିଏ , କେତେବେଳେ ଜୋରେ ଭୋକ ଲାଗିଲେ କିଛି ନଥିଲେ ଛତୁଆ ଟିକେ ଗୋଳେଇ ପିଇଦେଇ ଥାଉ l ଛତୁଆ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ l

ଆଜି ଆସନ୍ତୁ ଜାଣିବା ବୁଟ ଛତୁଆ ଖାଇବାର ଚମତ୍କାର ଲାଭ :-
* ପୋଷଣ ତତ୍ୱ ରେ ଭରପୁର ବୁଟ ଛତୁଆ :-
ବୁଟ ଛତୁଆ ରେ ଭରପୁର ପୋଷଣ ରହିଥାଏ l ବୁଟ କୁ ଶୁଖାଇ ଭଜା ଯାଇଥାଏ, ଯାହାଦ୍ୱାରା ଏଥିରେ ଥିବା ପୋଷାକ ତତ୍ୱ ଠିକ ଭାବେ ରହିଥାଏ l ବୁଟ ଛତୁଆ ରେ ପ୍ରୋଟିନ , କ୍ୟାଲସିୟମ , ଫାଇବର, ଆଇରନ , ମଗ୍ନେସିୟମ , ମଙ୍ଗନିଜ ଭଳି ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ଏହା ଗୋଟିଏ ଭଲ ପ୍ରୋଟିନ ର ସ୍ରୋତ ଅଟେ l ବୁଟ ଛତୁଆ କୁ ଶକ୍ତି ର ପାୱାର ହାଉସ ବୋଲି କୁହାଯାଇ ଥାଏ l

* ଓଜନ ହ୍ରାସ କରିବାରେ ସାହାଯ୍ୟ କରେ :-
ଆଜିକାଲି ମୋଟାପା ଗୋଟିଏ ବଡ଼ ସମସ୍ୟା , ଖରାପ ଲାଇଫ ଷ୍ଟାଇଲ ଓ ଅନହେଲଦି ଖାଦ୍ୟ ଯୋଗୁଁ ଅଧିକ ଓଜନ ବୃଦ୍ଧିର ଶିକାର ହୋଇଥାଉ l ବୁଟ ଛତୁଆ ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ , ଏହା ଗୋଟିଏ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଅଟେ l ଏହାକୁ ଖାଇବା ଦ୍ୱାରା ଭୋକ ଲାଗି ନଥାଏ l ତେଣୁ ଓଜନ ହ୍ରାସ ରେ ସାହାଯ୍ୟ କରିଥାଏ l

* ରକ୍ତ ସର୍କରା କୁ ନିୟନ୍ତ୍ରଣ କରିଥାଏ :-
ବୁଟ ଛତୁଆ ମଧୁମେହ ରୋଗୀ ଙ୍କ ପାଇଁ ଖୁବ ହିତକର l ଏଥିରେ କାର୍ବ ହାଇ ଡ୍ରେଟ ଖୁବ କମ ମାତ୍ରାରେ ରହିଥାଏ ଏବଂ ଧୀରେ ଧୀରେ ହଜମ ହୋଇଥାଏ l ବ୍ଲଡ଼ ଶୁଗର ସ୍ତର ସନ୍ତୁଳନ ରହିଥାଏ l ଏହା ମଧୁମେହ ରୋଗୀ ଙ୍କ ପାଇଁ ଗୋଟିଏ ଭଲ ସ୍ରୋତ ଅଟେ l

Leave A Reply