କୋଭିଡ ପରେ ହନ୍ତା ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି, ଏହି ଭାଇରସ କୁ ନେଇ ଗ୍ଲୋବାଲ ସ୍ତରରେ ଚିନ୍ତା ବୃଦ୍ଧି ପାଇଛି, ଆଟଲାଣ୍ଟିକ ଯାତ୍ରାରେ ବାହାରିଥିବା କୄଯ ରେ ଏହି ଭାଇରସ ସଂକ୍ରମଣ ର ଆରମ୍ଭ ହୋଇଥିଲା l WHO ଗୋଟିଏ ପ୍ରେସ କନଫରେନ୍ସ ଏହି ହନ୍ତା ଭାଇରସ ସଂକ୍ରମଣ ବିଷୟରେ ସଚେତନ କରିଛି l ଏହି ଭାଇରସ ଦ୍ୱାରା ବିଶ୍ୱରେ ୩ଜଣ ଙ୍କର ମୃତ୍ୟୁ ହୋଇ ସାରିଛି l
କେଉଁଠୁ ଆସିଥାଏ ହନ୍ତା ଭାଇରସ :
ହନ୍ତା ଭାଇରସ ଗୋଟିଏ ପ୍ରଶ୍ୱାସ ସମ୍ବନ୍ଧିତ ଭାଇରସ, ଯେଉଁ ଜାହାଜ ରେ ହନ୍ତା ଭାଇରସ ର ପୁଷ୍ଟି ହୋଇଥିଲା ସେହି ଜାହାଜ ରୁ ୮ ଜଣ ହନ୍ତା ଭାଇରସ ରେ ପୀଡିତ ଥିବାର ପୁଷ୍ଟି ହୋଇଥିଲା, କିନ୍ତୁ ସେଥି ମଧ୍ୟରୁ ୩ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଉ ୫ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ବୋଲି କୁହାଯାଇ ଥିଲା l
ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଅନୁସାରେ ହନ୍ତା ଭାଇରସ ମୂଷା ର ମଳମୂତ୍ର ସ୍ଥାନରୁ ସିଥାଏ, କିମ୍ବା ମୂଷା ମଳମୂତ୍ର କରୁଥିବା ସ୍ଥାନର ସଂସ୍ପର୍ଶ ରେ ଆସିବା ଦ୍ୱାରା ହନ୍ତା ଭାଇରସ ରେ ପୀଡିତ ହୋଇପାରନ୍ତି l ଯଦି ଆମେ ମୂଷା ମଳମୂତ୍ର କରୁଥିବା ସ୍ଥାନରେ ହାତ ଲଗାଇ ସେହି ହାତକୁ ନେଇ ପାଟି ଓ ନାକ ଆକ୍ଷିରେ ମରିଥାଉ ତେବେ ହନ୍ତା ଭାଇରସ ରେ ପୀଡିତ ହେବାର ଆଶଙ୍କା ରହିଥାଏ l ହନ୍ତା ଭାଇରସ ଗୋଟିଏ ମଣିଷ ଠାରୁ ଆଉ ଗୋଟିଏ ବ୍ୟକ୍ତିକୁ ବ୍ୟାପି ନଥାଏ, ଏକ୍ସପର୍ଟ ଙ୍କ ମତରେ ଏହି ଭାଇରସ ବ୍ୟକ୍ତି ଠାରୁ ବ୍ୟକ୍ତିକୁ ବ୍ୟାପେ ନାହିଁ l
ହନ୍ତା ଭାଇରସ ଇନଫେକଟେଡ଼ ମୂଷା କିମ୍ବା ସେମାନଙ୍କ ମଳମୂତ୍ର ରୁ ବ୍ୟାପିଥାଏ l ଏହାସହ ମୂଷା କାମୁଡ଼ିଲେ ମଧ୍ୟ ଏହି ଭାଇରସ ବ୍ୟାପିଥାଏ l ହନ୍ତା ଭାଇରସ ଦ୍ୱାରା ଫୁସଫୁସ ରେ ଗମ୍ଭୀର ପ୍ରଭାବ ପଡିଥାଏ l କିଛି ମାମଲାରେ ଫୁସଫୁସ ରେ ପାଣି ଭରିଯାଏ l
କିପରି ରଖିବେ ନିଜକୁ ସୁସ୍ଥ –
ହନ୍ତା ଭାଇରସ ପାଲମୋନାରୀ ସିଣ୍ଡ୍ରୋମ ଅଟେ, ଯେଉଁଥିରେ ଥକା ଲାଗିବା, ଜ୍ୱର ହେବା ଓ ମାଂସପେଶୀ ରେ ଯନ୍ତ୍ରଣା ଇତ୍ୟାଦି ହୋଇଥାଏ l ଯାହାକି ନର୍ମାଲ ଫ୍ଲୁ ଭଳି ଅଟେ l କିନ୍ତୁ ଏହି ଭାଇରସ ଫୁସଫୁସ କିଡ୍ନୀ କୁ ସଂକ୍ରମିତ କରିଥାଏ l ହନ୍ତା ଭାଇରସ ର ଲକ୍ଷଣ ୮ଘଣ୍ଟା ମଧ୍ୟରେ ଦେଖା ଯାଇଥାଏ l ତେଣୁ ମୂଷା ରହୁଥିବା ସ୍ଥାନକୁ ସଫା ସୁତୁରା ରଖିବା ଜରୁରୀ l ଘରେ ମୂଷା ପାଇଁ ଯନ୍ତା ବସାଇବା ଆବଶ୍ୟକ l ଘର ଚାରିପଟ କୁ ଗଛ ବୃଛ କାଟି ସଫା ରଖନ୍ତୁ l