Odisha news

ମହାକୁମ୍ଭ ୨୦୨୫ ର ପାନ ବାବା : ପ୍ରସାଦରେ ଦେଇଥାଆନ୍ତି ଖଣ୍ଡିଏ ପାନ ଏବଂ  ଦୂର କରିଦିଅନ୍ତି ୧୩ ପ୍ରକାରର ରୋଗ , ମହାକୁମ୍ଭ ର କିଏ ଏହି ପାନ ବାବା

0

ପ୍ରୟାଗରାଜ ର ସଙ୍ଗମ ତଟରେ ଚାଲିଥିବା ମହାକୁମ୍ଭ ୨୦୨୫ ରେ ଅନେକ ବାବା ଭାଇରଲ ହେଉଛନ୍ତି, ଆଇଆଇଟି ବାବା ଙ୍କ ପରେ ସାମ୍ନାକୁ ଆସିଛନ୍ତି ପାନ ବାବା, ପାନ ବାବା ବର୍ତମାନ ସୋସିଆଲ ମିଡିଆରେ ପୁରା ଛାଇ ଯାଇଛନ୍ତି l ବିଶେଷ କଥାଟି ହେଲା ବାବା ପ୍ରସାଦ ରେ ନିଜ ଭକ୍ତ ମାନଙ୍କୁ ପାନ ଦେଇଥାଆନ୍ତି, ଏବଂ ସେ ନିଜ ପାନକୁ ନେଇ ଦାବୀ କରିଛନ୍ତି ଯେ  ପାନ ଦ୍ୱାରା ସେ ୧୩ ପ୍ରକାରର ରୋଗ ଦୂର କରୁଛନ୍ତି, ପାନ ଵାଲା ବାବାଙ୍କ ନିକଟରେ ଯିଏ କେହିବି ଶ୍ରଦ୍ଧାଳୁ ପହଂଚି ଥାଆନ୍ତି ସେ ତାଙ୍କ ପାଇଁ ପାନ ଭାଙ୍ଗିବା ଆରମ୍ଭ କରନ୍ତି l

ବାବାଙ୍କ ନାମ ହେଉଛି ମହନ୍ତ ଗିରଧାରୀ ଦାସ ୧୦୦୮ , ଯିଏକି ବିଶେଷ ଭାବରେ ରାଜସ୍ଥାନ ର ବାସିନ୍ଦା ଅଟନ୍ତି, ବାବାଙ୍କ ମତରେ ପାନ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ, ସେ କହିଛନ୍ତି ଯେ ତାଙ୍କର ଆୟୁ ୭୪ ବର୍ଷ ଏବଂ ସେ ଆଜି ପର୍ଯ୍ୟନ୍ତ କୌଣସି ମଧ୍ୟ ରୋଗରେ ପୀଡିତ ହୋଇ ନାହାନ୍ତି l ପାନ ଵାଲା ବାବା କୁମ୍ଭ ମେଳାରେ ରାଘବ ମନ୍ଦିର ଶିବିରରେ ରୁହନ୍ତି ବାବା କହିଛନ୍ତି ଛୋଟ ବେଳରୁ ତାଙ୍କ ଅଭ୍ୟାସ ସଭିଙ୍କୁ ପାନ ଭାଙ୍ଗି ଖୁଆଇବା, ସେ କହିଛନ୍ତି ସାଧାରଣ ପାନ ଠାରୁ ତାଙ୍କ ପାନ ଅଲଗା ଏବଂ ମୋ ପାନ ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ l

ପାନ ଵାଲା ବାବାଙ୍କ ପୂର୍ବରୁ ଆଇଆଇଟି ବାବା ଚର୍ଚାରେ ରହିଥିଲେ l ଆଇଆଇଟି ରେ ଶିକ୍ଷାଗ୍ରହଣ କରି କାନାଡ଼ା ରେ ମାସିକ ୩ଲକ୍ଷ ପ୍ୟାକେଜ ରେ ଚାକିରୀ ଛାଡି ଆଧ୍ୟାତ୍ମିକ ରାସ୍ତାକୁ ସେ ଆପଣାଇ ନେଇଛନ୍ତି l ସେ ସବୁକିଛି ତ୍ୟାଗ କରି ସନ୍ୟାସୀ ହୋଇ ଯାଇଛନ୍ତି l

Govt
Leave A Reply