ନିକଟରେ ହୋଇଥିବା ଗୋଟିଏ ଅଧୟନ ଅନୁସାରେ କୋଲରେକ୍ଟଲ କ୍ୟାନ୍ସର କୁ ନେଇ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, ଏହି ଅଧ୍ୟୟନ ରେ ଜଣା ପଡିଛି ମଦ ପିଇବା ଓ ରେଡ ମିଟ ଖାଇବା କୋଲରେକ୍ଟଲ କ୍ୟାନ୍ସର ର ପ୍ରଭାବକୁ ବୃଦ୍ଧି କରିପାରେ, ଯେବେକି କ୍ୟାଲସିୟମ ଓ ଡାଏରୀ ଉତ୍ପାଦନ ସେବନ ଏହି ବିପଦ କୁ କମ କରିଥାଏ l
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ଗବେଷକ ଙ୍କ ଅଧ୍ୟୟନ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇ ଥିଲା, ଏହି ଷ୍ଟଡି ରେ ଅନୁସାରେ ଗବେଷକ ମାନେ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ପାଖାପାଖି ୬ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଥିଲା, ଏବଂ ଯେଉଁ ମାନଙ୍କ ନିକଟରେ ୧୩ ହଜାର ମହିଳାଙ୍କ ନିକଟରେ କ୍ୟାନ୍ସର ଭୁତାଣୁ ଦେଖିବାକୁ ମିଳିଥିଲା l
ଏବଂ ଏହି କ୍ୟାନ୍ସର ଭୁତାଣୁ ର ମୁଖ୍ୟ କାରଣ ଥିଲା ମଦ ଓ ପ୍ରୋସେସଡ଼ ରେଡ ମିଟ , ଏହି କ୍ୟାନ୍ସର କୋଲରେକ୍ଟଲ କ୍ୟାନ୍ସର ହିଁ ଥିଲା, ଯାହାକି ଆଜିର ଆଧୁନିକ ଯୁଗରେ ଗୋଟିଏ ନୂଆ ପ୍ରକାରର ଚିନ୍ତାର କାରଣ ହୋଇଛି l
ପ୍ରତିଦିନ ୨ ପେଗ କୋଲରେକ୍ଟଲ କ୍ୟାନ୍ସର ର କାରଣ –
– ଅଧୟନ ରୁ ଜଣାପଡିଛି ଯେ ନିୟମିତ ଯଦି ଦୁଇ ପେଗ ମଦ ସେବନ କରିବେ ତେବେ ଶରୀରରେ କୋଲରେକ୍ଟଲ କ୍ୟାନ୍ସର ବିପଦ ୧୫ ପ୍ରତିଶତ ବଢ଼ିଯିବ l ଏହାଛଡା ଯଦିବି ଆପଣ ନିୟମିତ ମଦ୍ୟପାନ କରୁଛନ୍ତି କିମ୍ବା ଯେଉଁଦିନ ମଦ୍ୟପାନ କରି ରେଡ ମିଟ ସେବନ କରୁଛନ୍ତି ଏହା ଶରୀରରେ କ୍ୟାନ୍ସର ସେଲ କୁ ବୃଦ୍ଧି କରିଥାଏ l
– ଯଦି ଆପଣ ଏଭଳି କିଛି ଅଭ୍ୟାସ ରେ ରହିଛନ୍ତି ତେବେ କ୍ୟାଲସିୟମ ରେ ଭରପୁର ଖାଦ୍ୟ ନିୟମିତ ଭାବରେ ସେବନ କରିବା ଜରୁରୀ , ପ୍ରତିଦିନ ୩୦୦ ଗ୍ରାମ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେବନ କରିବା ଦ୍ୱାରା କୋଲରେକ୍ଟଲ କ୍ୟାନ୍ସର ର ବିପଦ ୧୭ ପ୍ରତିଶତ ହ୍ରାସ ହୋଇଥାଏ l ନଚେତ ଡାଏରୀ ଉତ୍ପାଦନ କ୍ଷୀର, ଦହି ଓ ପନିର ଇତ୍ୟାଦି ମଧ୍ୟ ସେବନ କରିବା ହିତକର l
– ଅଧୟନ ରେ କୁହାଯାଇଛି ଯେ ପ୍ରତିଦିନ ୨୦ ଗ୍ରାମ ଶସ୍ୟ ସେବନ କରିବା ଜରୁରୀ, ଏହାଛଡା ପତ୍ରଯୁକ୍ତ ପରିବା , ଫଳ ମଧ୍ୟ କୋଲରେକ୍ଟଲ କ୍ୟାନ୍ସର ରୁ ଦୁରେଇ ରଖିଥାଏ, ନିୟମିତ ଭାବରେ ସାଲାଡ଼ ସେବନ ମଧ୍ୟ କୋଲରେକ୍ଟଲ କ୍ୟାନ୍ସର କୁ ଦୂର କରିଥାଏ l