Odisha news

ଜାନୁଆରୀ ୨୬ ତାରିଖକୁ କାହିଁକି ଗଣତନ୍ତ୍ର ଦିବସ ଭାବରେ ବଛା ଯାଇଥିଲା

0

ଜାନୁଆରୀ ୨୬ ତାରିଖ ସେହିଦିନ ଯେବେ ଆମ ଭାରତରେ ପ୍ରଥମଥର ପାଇଁ ଲୋକତନ୍ତ୍ର ଜନ୍ମ ନେଇଥିଲା, ଯିଏକି ଏହା ପୂର୍ବରୁ କେତେ ବଳିଦାନ ଦେଖିଚି, ବଳିଦାନ ଓ ଭାରତ ମାତାର ବୀର ପୁତ୍ର ମାନେ ନିଜ ଜୀବନକୁ ବଳିଦାନ ଦେଇ ଛନ୍ତି l ଏହିଦିନ ମଧ୍ୟ ଆମ ସମ୍ବିଧାନ ମଧ୍ୟ ପ୍ରସ୍ତୁତ ହୋଇଥିଲା, ଏହା ସେହି ସମ୍ବିଧାନ ଯାହାର ଶପଥ ନେଇ ଦେଶର ନ୍ୟାୟାଳୟ ନିଷ୍ପତି ନେଇଥାଏ, ଆଜିକୁ ୭୬  ବର୍ଷ ପୂର୍ବେ ୧୯୫୦ ଜାନୁଆରୀ ୨୬ ତାରିଖ କୁ ଗଣତନ୍ତ୍ର ଦିବସ ଭାବରେ ବଛା ଯାଇଥିଲା l ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖ କୁ ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଇଥାଏ l

ଭାରତ ପ୍ରତ୍ୟେକ ବର୍ଷ ୨୬ ଜାନୁଆରୀ ରେ ଗଣତନ୍ତ୍ର ଦିବସ ପାଳନ କରିଥାଏ, କିନ୍ତୁ ସମ୍ବିଧାନ ବ୍ୟତୀତ ମଧ୍ୟ ଆଉକିଛି ରହିଛି, ବିଶେଷ କଥାଟି ହେଲା ଅଗଷ୍ଟ ୧୫ ତାରିଖ ୧୯୪୭ ରେ ଇଂରେଜ ମାନଙ୍କ ନିକଟରୁ ଭାରତୀୟ ଙ୍କୁ ସ୍ୱାଧୀନତା ମିଳିଥିଲା , କିନ୍ତୁ ୧୯୪୭ ପର୍ଯ୍ୟନ୍ତ ଭାରତ ଗୋଟିଏ ଅଫିସିଆଲି ସମ୍ବିଧାନ ବିନା ଥିଲା, ସେଥିପାଇଁ ଅଗଷ୍ଟ ୨୯ ୧୯୪୭ ରେ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ଗୋଟିଏ ସମିତି ପ୍ରସ୍ତୁତ କରାଗଲା, ଏହି ସମିତି ର ନେତୃତ୍ୱ ଡକ୍ଟର ବି.ଆର ଆମ୍ବେଦକର କରିଥିଲେ l

ଏହାପରେ ୪ ନଭେମ୍ବର ୧୯୪୭ ଗୋଟିଏ ମହତ୍ଵପୁର୍ଣ ଦିନ ଥିଲା , ଯେଉଁଦିନ ଭାରତର ଭବିଷ୍ୟତ କୁ ଦିଶା ନିର୍ଦେଶ କରୁଥିବା ତଥ୍ୟ କୁ ପ୍ରସ୍ତୁତ କରି ସମ୍ବିଧାନ ରେ ଉପସ୍ଥାପନ କରାଗଲା l ଏବଂ ଆଗାମୀ ଦୁଇବର୍ଷ ମଧ୍ୟରେ ସମ୍ବିଧାନ ର ଅନେକ ବୈଠକ କରାଗଲା, ଏବଂ ଅନେକ ପରିବର୍ତ୍ତନ କରାଯାଇଥିଲା l ଶେଷରେ ୨୪ ଜାନୁଆରୀ ୧୯୫୦ ରେ ଏହାକୁ ସ୍ୱୀକାର କରାଗଲା l ଏହା ଗୋଟିଏ ଐତିହାସିକ କ୍ଷଣ ଥିଲା l ୩୦୮ ସଦସ୍ୟ ବିଶିଷ୍ଟ ସମ୍ବିଧାନ ର ୨ଟି ସ୍ତରରେ ହସ୍ତାକ୍ଷର କରାଗଲା, ଗୋଟିଏ ହିନ୍ଦୀ ରେ ଅନ୍ୟଟି ଇଂରାଜୀ ରେ, ଏହି ପଦକ୍ଷେପ ଭାରତକୁ ଗୋଟିଏ ସ୍ୱତନ୍ତ୍ର ଗଣରାଜ୍ୟ ଭାବରେ ପରିଚୟ ଦେଇଥିଲା, ବ୍ରିଟିଶ ଉପନିବେଶ ର ପରିସମାପ୍ତି ହୋଇ ଭାରତର ନିଜର ସମ୍ବିଧାନ ଲାଗୁ ହେଲା, ଏହାପରେ ସମ୍ବିଧାନ ସଭା ନିର୍ଧାରଣ କଲା ସମ୍ବିଧାନ କୁ ଲାଗୁ କରିବା ପାଇଁ ଦୁଇଦିନ ଅପେକ୍ଷା କରିବାକୁ ପଡିବ l ପରିଶେଷରେ ଜାନୁଆରୀ ୨୬ ତାରିଖ ୧୯୫୦ ରେ ଭାରତକୁ ଗୋଟିଏ ଗଣରାଜ୍ୟ ର ପରିଚୟ ମିଳିଥିଲା l

୨୬ ଜାନୁଆରୀ ବାଛିବା ପଛରେ କଣ ରହିଛି କାରଣ –
ସମ୍ବିଧାନ ସଭା ଏହି ଉଦେଶ୍ୟ ପାଇଁ ୨୬ ଜାନୁଆରୀ କୁ ବାଛିଥିଲେ, ରାଷ୍ଟ୍ରୀୟ ଗୌରବ ର ପର୍ଯ୍ୟାପ୍ତ ଭାବରେ ଗୋଟିଏ ଦିନରେ ସ୍ଥାପନ କରିବାର ଉଦେଶ୍ୟ ରଖିଥିଲା, ଏହି ସ୍ଥିତିର ମହତ୍ୱ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସହିତ ମିଶିଥାଏ, କଂଗ୍ରେସ ପୁର୍ଣ ସ୍ୱରାଜ ଆନ୍ଦୋଳନ ଲାହୋର ଅଧିବେଶନ ସମୟ ରେ ୨୬ ଜାନୁଆରୀ ୧୯୩୦ କୁ ବାଛିଥିଲେ l ଏବଂ ଏହିଦିନ ଟିକୁ ପ୍ରତ୍ୟେକ ଭାରତୀୟ ଙ୍କୁ  ସ୍ୱତନ୍ତ୍ରତା ଦିବସ ପାଳନ କରିବା ପାଇଁ କୁହାଯାଇଥିଲା l ଏହି ଅଧିବେଶନ ସମୟ ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡା ଯାଇଥିଲା, ତେଣୁ ଏହି କାରଣରୁ ୨୬ ଜାନୁଆରୀ କୁ ବଛା ଯାଇଥିଲା ଗଣତନ୍ତ୍ର ଦିବସ ଭାବରେ l

Leave A Reply