Odisha news

କୋଲ୍ଡ  ୱାଟର ଥେରାପି କଣ ? ଯାହା ମଣିଷର ଇମ୍ୟୁନ ସିଷ୍ଟମ କୁ କରିଥାଏ ଷ୍ଟ୍ରଙ୍ଗ

0

ଆମେମାନେ ସାଧାରଣ ଭାବରେ ଅନେକ ଲୋକ ଗରମ ପାଣିରେ ଅଧିକ ଗାଧୋଇବା ପାଇଁ ପସନ୍ଦ କରିଥାଉ, କିନ୍ତୁ ଥଣ୍ଡା ପାଣିରେ ଗାଧୋଇବାର ରହିଛି ଅନେକ ଲାଭ ଏହା ଆମେ ଜାଣି ନଥାଉ, ଆଧୁନିକ ବିଜ୍ଞାନ ଯୁଗରେ ଥଣ୍ଡାପାଣି ରେ ଗାଧୋଇବାକୁ ଗୋଟିଏ ଥେରାପି ବୋଲି କୁହାଯାଇ ଥାଏ, ଯାହାଦ୍ୱାରା ଶରୀର ରିଲାକ୍ସ ହେବା ସହିତ ମୁଡ଼ ମଧ୍ୟ ରିଲାକ୍ସ ହୋଇଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଯାହାକୁ ବୈଜ୍ଞାନିକ ମାନେ କୋଲ୍ଡ  ୱାଟର ଥେରାପି  ବୋଲି କହିଥାଆନ୍ତି l

କୋଲ୍ଡ  ୱାଟର ଥେରାପି କଣ ?
ବିଶେଷ ଭାବରେ ୧୫ ଡିଗ୍ରୀ କିମ୍ବା ଏହାଠାରୁ କମ ଡିଗ୍ରୀ ରେ ୧୦ ରୁ ୧୫ ମିନିଟ ପାଇଁ ଗାଧୋଇ ଥାଆନ୍ତି ତେବେ ଏହାକୁ କୋଲ୍ଡ  ୱାଟର ଥେରାପି କୁହାଯାଇଥାଏ l ଏହି ଥେରାପି ଆଥେଲେଟସ ଓ ସେଲିବ୍ରେଟି ମାନଙ୍କ ମଧ୍ୟରେ ଖୁବ ପ୍ରସିଦ୍ଧ ଅଟେ l ଅନେକ ଗୁଡିଏ ଗବେଷଣା ରେ କୁହାଯାଇଛି ଯେ କୋଲ୍ଡ  ୱାଟର ଥେରାପି ଦ୍ୱାରା ଶରୀର ରେ ହ୍ୱାଇଟ ବ୍ଲଡ଼ ସେଲ୍ ର ସ୍ତର ବୃଦ୍ଧି ହୋଇଥାଏ, ରିସର୍ଚ୍ଚ ଅନୁସାରେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ହ୍ୱାଇଟ ବ୍ଲଡ଼ ସେଲ ବୃଦ୍ଧି ହୋଇଥାଏ ଏବଂ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ l

କୋଲ୍ଡ  ୱାଟର ଥେରାପି ର ଲାଭ –
* ଥଣ୍ଡା ପାଣି ଯନ୍ତ୍ରଣା ଓ ଫୁଲା କୁ କମାଇଥାଏ, ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ବ୍ଲଡ଼ ସେଲ ସଂକୁଚିତ ହୋଇଯାଇ ଥାଏ, ଯାହାଦ୍ୱାରା ଆଘାତ ଲାଗିଥିବା ଅଂଶ ଓ ବ୍ଲଡ଼ ଶେର୍କୁଲେସନ କମ ହୋଇଥାଏ, ଏହି କାରଣରୁ ବରଫ ରେ ସେକ ଦେବା ପାଇଁ କୁହାଯାଇ ଥାଏ l

* ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଶରୀର ରେ ଫିଲ ମୁଡ଼ ହର୍ମୋନ ବୃଦ୍ଧି ହୋଇଥାଏ, ଥଣ୍ଡା ପାଣି ଶରୀରର ଏନର୍ଜି ବୃଦ୍ଧି କରିଥାଏ, ଯେଉଁ କାରଣରୁ ଦିନ ସାରା ଉର୍ଜା ବୃଦ୍ଧି ହୋଇଥାଏ, ଏବଂ ଆଳସ୍ୟ ଅନୁଭବ ହୋଇ ନଥାଏ l

* ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ମେଣ୍ଟ;ଲ ହେଲ୍ଥ ପାଇଁ ଲାଭ ଦାୟକ, ଏହା ମାନସିକ ଉତେଜନା ଓ ଟେନ୍ସନ କୁ ହ୍ରାସ କରିଥାଏ, ଏହାଦ୍ୱାରା ମସ୍ତିସ୍କ ଶାନ୍ତ ରହିଥାଏ, ଏବଂ ଡିପ୍ରେସନ ଭଳି ସମସ୍ୟା ଦୂର ହୋଇଥାଏ  ଏବଂ  ମେଣ୍ଟାଲ ଷ୍ଟ୍ରେସ କମ ହୋଇଥାଏ l

* ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ, ପ୍ରଥମେ ଥଣ୍ଡା ଲାଗିଥାଏ କିନ୍ତୁ ଧୀରେ ଧୀରେ ଶରୀର ଅକୂଏଣ୍ଟେଡ ହୋଇଯାଏ, ଏହାଦ୍ୱାରା ଶରୀର ମଣିଷ ରୋଗ ଦ୍ୱାରା କମ ପ୍ରଭାବିତ ହୋଇଥାଏ l

Leave A Reply