ଭଦ୍ରକ :ମହିଳା ଉତ୍ପାଦକ ଗୋଷ୍ଠୀ ଉତ୍ପାଦନକାରୀମାନଙ୍କୁ ଅର୍ଥନୈତିକ ଲାଭ ଏବଂ ବ୍ୟବସାୟ ଭିତ୍ତିକ ଜୀବିକା ନିର୍ବାହନ କାଯର୍ୟ କରିବା ପାଇଁ ଉଦ୍ଦିଷ୍ଟ ଯାହା ସେମାନଙ୍କର ଉତ୍ପାଦନ ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟ ଯୋଗ, ସାମାଜିକ ଏବଂ ଅର୍ଥନନୈତିକ ଆବଶ୍ୟକତା ତଥା ଉପିାଦକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ମାର୍କେଟିଂ କରିବାକୁ ଲକ୍ଷ୍ୟ ରଖିଛି । ଉତ୍ପାଦକମାନେ ପୋର୍ଟ ଆଖପାଖରେ ବ୍ୟବସାୟରେ ଆୟ ଉତ୍ପାଦନ ପ୍ରକଳ୍ପର ସୁଯୋଗ ସୃଷ୍ଟି କରିବା ପାଇଁ ଛତୁ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ ଦ୍ରବ୍ୟ(ବଡି/ଆଚାର/ପାମ୍ପଡ) ଆଦି ଅଣ-ଫାର୍ମ ଭିତ୍ତିକ ଦ୍ରବ୍ୟ ବିପଣନ କରିବେ ।
ଏହି ଉଦ୍ଦେଶ୍ୟ ସହିତ, ଗତ ଜୁଲାଇ ୨୦ ତାରିଖରେ କୁଆମରା ଠାରେ ସ୍ୱୟନ୍ ପ୍ରଭା ମହିଳା ଉପିାଦକ ଗୋଷ୍ଠୀ ଏବଂ ଜୁଲାଇ ୨୨ ତାରିଖରେ କରଣପାଲି ଗ୍ରାମରେ ସମୁଦ୍ରେଶ୍ୱର ମହିଳା ଉପିାଦକ ଗୋଷ୍ଠୀ ନାମରେ ଦୁଇଟି ମହିଳା ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛିା କରଣପଲ୍ଳି ପଞ୍ଚାୟତ ଠାରେ ସରପଞ୍ଚ ବାବୁଲି ସେଠୀ, ନାଏବ୍ ସରପଞ୍ଚ ମାଳତୀ ସାନ୍ତାରା ଏବଂ ଓ୍ୱାର୍ଡ ମେମ୍ବର ଶିବସୁନ୍ଦର ଦାସଙ୍କ ଉପସ୍ଥିତିରେ ଓଡ଼ିଶା ଜୀବିକା ମିଶନ୍ ଟିମ୍ ସମର୍ଥନରେ ଏହି ଗ୍ରୁପ ଗଠନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତସ୍ତରୀୟ ଓଡ଼ିଶା ଜୀବିକା ମିଶନ୍ ଟିମ୍ ଏବଂ ପିଆରଆଇ ସଦସ୍ୟମାନଙ୍କ ସହିତ ପରାମର୍ଶ କରି ମହିଳା ଉତ୍ପାଦକ ଗୋଷ୍ଠୀ ଗଠନ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଅନେକ ବୈଠକ କରାଯାଇଛି । ସ୍ୱୟନ୍ ପ୍ରଭା ମହିଳା ଉପିାଦକ ଗୋଷ୍ଠୀ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୫ଜଣ ସଦସ୍ୟାଙ୍କ ସହ ଜଡିତ ଏବଂ ସମୁଦ୍ରେଶ୍ୱର ମହିଳା ଉପିାଦକ ଗୋଷ୍ଠୀ ୧୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୯ ସଦସ୍ୟାଙ୍କ ସହ ଜଡିତ ।
ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଜୀବିକା ମିଶନ୍ ଗାଇଡଲାଇନ୍ ଅନୁଯାୟୀ ପ୍ରତ୍ୟେକ ଉତ୍ପାଦକ ଗୋଷ୍ଠୀରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ଜଣେ ଉଦ୍ୟୋଗୀ ମିତ୍ର ଏବଂ ୨ଟି ସବ୍ କମିଟି (ଅର୍ଥ ଏବଂ କ୍ରୟ)ରେ ୫ଜଣ ଅଫିସ୍ ପଦାଧିକାରୀ ମନୋନୀତ କରାଯାଇଛି । ମାଲିକାନା ଏବଂ ଆତ୍ମ-ସ୍ଥିରତା ଦିଗରେ ସେମାନଙ୍କର ମାସିକ ସଦସ୍ୟତା ଶୁÂ ସଂଗ୍ରହ କରିବାକୁ ଉପିାଦକ ଗୋଷ୍ଠୀ ସଦସ୍ୟମାନେ ସହମତ ହୋଇଥିଲେ । ଓଡ଼ିଶା ଜୀବିକା ମିଶନ୍ ଯୋଜନା, ଭଦ୍ରକର ସହଭାଗିତାରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା କାଯର୍ୟକାରୀ ହେଉଥିବା ଆର୍ଥିକ ସଂଯୋଗ ସହିତ ଏହା ପରିଚାଳିତ ହେବ । ଏହି କାର୍ଯ୍ୟକ୍ରମକୁ ଆଦାନୀ ଧାମରା ବନ୍ଦରର ସିଏସଆର ଟିମ୍ ପରିଚାଳନା କରିଥିଲେ । ଗତବର୍ଷ(୨୦୧୯-୨୦) ୭୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଛତୁ ଚାଷ କରି ସ୍ୱାବଲମ୍ବୀ ହେବା ନିମିତ ଆଦାନୀ ଫାଉଣ୍ଡେସନ ତରଫରୁ ପ୍ରୟାସ କରାଯାଇଥିଲା ।ଏହି ଚାଷରୁ ଦିଆଯାଇଥିବା ବୈðଷୟିକ ଜ୍ଞାନ କୌଶଳ ବ୍ୟବହାର କରି ପ୍ରତ୍ୟେକ ସଦସ୍ୟା ୨୮୦୦ ଟଙ୍କା ଲାଭ ପାଇପାରିଥିଲେ ।ଉପରୋକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଆଦାନୀ ଫାଉଣ୍ଡେସନର ସହଯୋଗରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ।
