Odisha news

୨୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ଜଣ ସ୍ଥାନୀୟ ସଂକ୍ରମଣରେ ଶିକାର : ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଲା

0

ଭଦ୍ରକ :ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାର ହୋଇଛି । ସର୍ବମୋଟ ୧୬ ହଜାର ୪୧ ଜଣଙ୍କ ନମୁନା ପରୀକ୍ଷା ପରେ ପଜିଟିଭ୍‍ କେଶ ବାହାରିଛି ୫୧୨ । ନୂତନ ଭାବେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେଏବେ ଜିଲ୍ଲାରେ ଆକଫିଭ କେଶ ରହିଛି ୧୫୦ । ଯେତେବେଳେ କି ୧୮ ଜଣ ନୂତନ ସୁସ୍ଥଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଛି ୩୬୦ । ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିବା ବେଳେ ୧୮ଜଣ ଲୋକାଲ କଣ୍ଟାକଫ । କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଛନ୍ତି । ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ଜଣ ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲ ଟିଏମ୍‍ସିରୁ, ଜଣେ ଧାମନଗର ବ୍ଲକ ଗୋବିନ୍ଦପୁର କେ.ଜି. ହାଇସ୍କୁଲ ଟିଏମ୍‍ସିରୁ, ୩ଜଣ ଧାମନଗର ବ୍ଲକ ଖପରପଦା ହାଇସ୍କୁଲ ଟିଏମ୍‍ସିରୁ, ଧୂଷୁରୀ ମୁରଲୀଧର ହାଇସ୍କୁଲ ଟିଏମ୍‍ସିରୁ ୩ଜଣ, ଭଦ୍ରକ ବ୍ଲକର ଜଳଙ୍ଗାୟୁ.ଏନ. ହାଇସ୍କୁଲ ଟି.ଏମ୍‍.ସି.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁରୂପ ଭାବେ ଲୋକାଲ କଣ୍ଟାକଫରେ ଭଦ୍ରକ ପୌରପାଳିକାର ୭ ନଂ ଓ୍ୱାର୍ଡ ଗବସାହି ଗାଁରୁ ୨ଜଣ, ୧୫ ନଂ ଓ୍ୱାର୍ଡ କଦମବେଢା ପୁଲିସ କଲୋନୀରୁ ଜଣେ, ୩ ନଂ ଓ୍ୱାର୍ଡ ନୂଆପୋଖରୀ ଗାଁରୁ ଜଣେ, ୯ ନଂ ଓ୍ୱାର୍ଡ ଫ୍ରେଣ୍ଡ୍‍ସ କଲୋନୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଧାମନଗର ବ୍ଲକର କୋଠାର ବଡପୋଖରୀ ଗାଁରୁ ଜଣେ, ଅସୁରାଳୀ ହସନପୁର ଗାଁରୁ ଜଣେ, ବନ୍ତ ବ୍ଲକର ରାମପୁର ପଞ୍ଚାୟତ ରାମପୁର ଗାଁରୁ ଜଣେ, ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତର ରାନ୍ଦିଆ ଗାଁରୁ ୩ଜଣ, ଚରମ୍ପା ଏରେଇଁ ଗାଁରୁ ଜଣେ, ବେନ୍ତାଳ ପଞ୍ଚାୟତ କେଶପୁର ଗ୍ରାମର ଜଣେ, ତିହିଡି ବ୍ଲକ ପାଳିଆପିନ୍ଧା ଗାଁରୁ ଜଣେ ଭଦ୍ରକରେ ରହୁଥିବା ବାଲେଶ୍ୱର ଜିଲ୍ଲା ବର୍ତ୍ତନା ଗାଁର ଜଣେ, ଜଣେ ଭୁବନେଶ୍ୱର ସମ୍‍ ହସ୍‍ପିଟାଲରୁ ଆକ୍ରାନ୍ତ ବାହାରିଛନ୍ତି, ତାଙ୍କ ଘର ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତ ସଦାନନ୍ଦପୁର ଗାଁର ହୋଇଥିବା ବେଳେ ୨ଜଣଙ୍କର ଏସ୍‍ସିବି ମେଡିକାଲରୁ ଚିିକିତ୍ସାପାଇଁ ଯାଇ ପଜିଟିଭ ବାହାରିଛି । ଜିଲ୍ଲାପାଳ ଡ.ଜ୍ଞାନ ଦାସ ଧାମନଗର ବ୍ଲକର କେ.ଜି. ହାଇସ୍କୁଲ, ଖପରପଦା ହାଇସ୍କୁଲ, ମୂରଲୀଧର ହାଇସ୍କୁଲକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଥିବା ବେଳେ ଗୋବିନ୍ଦପୁର ପଞ୍ଚାୟତ, ଖପରପଦା ପଞ୍ଚାୟତ, ଧୂଷୁରୀ ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି । ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ସ୍କୁଲ କଣ୍ଟନମେଣ୍ଟଜୋନ ଓ କେନ୍ଦୁଆପଦା ପଞ୍ଚାୟତ ବଫରଜୋନ ।

ଭଦ୍ରକ ପୌରପାଳିକାର ୧୦ ନଂ ଓ୍ୱାର୍ଡ ବଫରଜୋନ, ଫ୍ରେଣ୍ଡ୍‍ସ କଲୋନୀ କଣ୍ଟେନମେଣ୍ଟଜୋନ, ଭଦ୍ରକ ବ୍ଲକର ଏରେଇଁ ଗାଁ ଓ ୫ ନଂ ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ, ୪ ନଂ ଓ୍ୱାର୍ଡ ଏରେଇଁ ଗାଁ ବଫରଜୋନ, ରାନ୍ଦିଆ ପଞ୍ଚାୟତର ବିଶ୍ୱାଳସାହି, ରାନ୍ଦିଆ ତଳସାହି, ରାନ୍ଦିଆ ଉପରସାହି, ଓ୍ୱାର୍ଡ ନଂ୧୨,୧୩,୧୪ କଣ୍ଟେନମେଣ୍ଟଜୋନ ଓ ରାନ୍ଦିଆ ବଜାର ବଫରଜୋନ, ବନ୍ତ ବ୍ଲକର ରାମପୁର ପଞ୍ଚାୟତ ବଫରଜୋନ ଓ ଅଳଉତି ଗାଁ କଣ୍ଟେନମେଣ୍ଟଜୋନ, ଧାମନଗର ବ୍ଲକର ହସନପୁର ଗାଁ, କୋଠାର ଗାଁ କଣ୍ଟେନମେଣ୍ଟଜୋନ ଓ ଅସୁରାଳୀ, କୋଠାର ପଞ୍ଚାୟତ ବଫରଜୋନ ଘୋଷିତ ହୋଇଛି । ତିହିଡି ବ୍ଲକର ପାଳିଆବିନ୍ଧା ଗାଁ ଓ୍ୱାର୍ଡ ନଂ ୧୦, ୧୪ କଣ୍ଟେନମେଣ୍ଟଜୋନ ଓ ପାଳିଆବିନ୍ଧା ପଞ୍ଚାୟତ ବଫରଜୋନ ଘୋଷଣା ହୋଇଛି । ଏହା ବ୍ୟତୀତ ଭଦ୍ରକ ପୌରପାଳିକାର ୭ ନଂ ଓ୍ୱାର୍ଡ, ଗବସାହି, ଓ୍ୱାର୍ଡ ନଂ ୧୫, କଦମବେଢା, ଓ୍ୱାର୍ଡ ନଂ ୩, ନୂଆପୋଖରୀ, ବନସାହି ଉତ୍ତରବାଡ ଗାଁ, ଭଣ୍ଡାରିପୋଖରୀ ଦକ୍ଷିଣବାଡ ପଞ୍ଚାୟତ ପୂର୍ବରୁ କଣ୍ଟେମେଣ୍ଟଜୋନ କଟକଣା ବଳବତ୍ତର ରହିଥିବାରୁ ସେଠାରେ କଟକଣାକୁ ବଢାଇ ଦିଆଯାଇଛି ।

Leave A Reply