ଅନୁଗୁଳ: ଅନୁଗୁଳ ଶରଧାପୁରସ୍ଥିତ ପୁଲିସ ପ୍ରଶିକ୍ଷଣ ପଡିଆରେ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଚାଲିଥିବା ବେଳେ ଗୁଳି ବାହାରି ମହିଳାଙ୍କ ଦେହରେ ବାଜିବାରୁ ମହିଳା ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଥାନା ଅନ୍ତର୍ଗତ ଶରଧାପୁର ଠାରେ ଅନୁଗୁଳ ଜିଲ୍ଲା ପୁଲିସ ର ଏକ ପ୍ରଶିକ୍ଷଣ ପଡିଆ ରହିଛି । ସେଠାରେ ପୁଲିସ କର୍ମଚାରୀ ମାନେ ପ୍ରଶିକ୍ଷଣ ଦେଇଥାନ୍ତି ।
ସେମାବାର ଦିନ ଉକ୍ତ ପ୍ରାିକ୍ଷଣ ପଡିଆରେ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଚାଲିଥିଲା । ଏହି ବନ୍ଧୁକ ଚାଳନା ପ୍ରଶିକ୍ଷଣ ସମୟରେ ଏକ ଗୁଳି ବାହାରି ନକଟସ୍ଥ ଗ୍ରାମର ପୁଷ୍ପଲତା ନାଏକ ନିଜ ଘର ଅଗଣାରେ କାମ କରୁଥିବା ବେଳେ ତାଙ୍କ ହାତରେ ବାଜିଥିଲା । ଫଳରେ ଶ୍ରୀମତୀ ନାଏକ ଗୁଳିମାଡ ରେ ଆହତ ହୋଇଥିଲେ ।
ଏହା ଦେଖି ତାଙ୍କ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତର ଖାନାରେ ଭର୍ତି କରିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ମଧ୍ୟ ଏଭଳି ଗୁଳି ବାଜି ଉକ୍ତ ଅଚଂଳର ଜଣେ ମହିଳା ଗୁରୁତର ହୋଇଥିଲେ । ତେଣୁ ଏଥିପ୍ରତି ପୁଲିସ ବିଭାଗ ଉଚ କର୍ତୃପକ୍ଷ ଉଚିତ୍ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।