ନାଲକୋନଗର: ଅନୁଗୁଳ ଜିଲ୍ଲାରେ ୧୫ ଜଣ କରୋନା ଆତଙ୍କ ପୋଜିଟିଭ ବାହାରିବା ପରେ ନାଲକୋନଗର ଥାନା ଅଚଂଳରେ ଆତଙ୍କ ଖେଳି ଯାଇଛି । ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜନୈକ ବ୍ୟକ୍ତିଙ୍କ ସମ୍ପର୍କରେ ନାଲକୋନଗର ଥାନା ଅଚଂଳରେ ନାଲକୋ କର୍ମଚାରୀଙ୍କ ସହିତ ପାରିବାରିକ ସମ୍ପର୍କ ରହିଅଛି । ଯେଉଁଥି ପାଇଁ ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ ସହ ନାଲକୋ କର୍ମଚାରୀ ମିଳାମିଶା କରୁଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ନାଲକୋ ସ୍ମେଲଟର ପ୍ଲାଟଂ କର୍ମଚାରୀ ହୋଇଥିବାରୁ ପ୍ଲାଟଂ ମଧ୍ୟରେ ଅନେକ ଲୋକଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗ ହେଉଛି । ସେହିପରି ବ୍ୟକ୍ତି ଜଣଙ୍କ କୁଲାଡ ଟ୍ରକ ମାଲିକ ସଂଘରେ ଟ୍ରକ ବ୍ୟବସାୟ କରୁଥିବାରୁ ଅନେକ ସମୟରେ ସଂଘ କାର୍ଯ୍ୟାଳୟ ଯିବା ଆସିବା କରିଥାନ୍ତି । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବା ଜଣା ପଡିବା ପରେ ନାଲକୋନଗର ଥାନା ଅଚଂଳର ବାସୀନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଶାସନ ତୁରନ୍ତ କ୍ୱାରେଟାଂଇନ ସେଟଂରରେ ରଖିବାକୁ ସାଧାରଣରେ ଦାବୀ ହେଉଛି