ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନେକ ଦିନ ଧରି ଗ୍ରୀନ୍ଜୋନରେ ରହିବା ପରେ ରବିବାର ଦିନ କରୋନା ଅନୁଗୁଳ ଜିଲ୍ଲାରେ ତାର କାୟା ବିସ୍ତାର କରିଛି । ରବିବାର ସକାଳେ ୧୩ ଜଣ କରୋନା ପୋଜିଟିଭ ଚିହ୍ନଟ ହେବା ପରେ ଅପରାହ୍ନରେ ଆଉ ୨ ଜଣଙ୍କ ରିପୋର୍ଟ ପୋଜିଟିଭ ଆସିଥିଲା । ଏହି ସମସ୍ତ କରୋନା ଆକ୍ରାନ୍ତଙ୍କୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ଜିଲ୍ଲାକୁ ବର୍ତମାନ ସୁଦ୍ଧା ୮୦୦ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରୁ ଆସିଲେଣି ।
ସମସ୍ତଙ୍କୁ ପଚାଂୟତ ସ୍ତରରେ ହୋଇଥିବା କ୍ୱାରେଟାଂଇନରେ ରଖା ଯାଇଛି । ସେ ସବୁ କ୍ୱାରେଟାଂଇନ ଅଚଂଳରେ ୧୪୪ ଧାରା ଜାରି କରାଯାଇଛି । ତେବେ ଜିଲ୍ଲାରେ କରୋନା ରୋଗୀ ୧୫ ଜଣ ଚିହ୍ନଟ ହେବା ସତ୍ୱେ ଅନୁଗୁଳ ପୋ÷ରପାଳିକା ଅଚଂଳରେ ଲକ୍ ଡାଉନ୍ ନିୟମ ଓ ସାମାଜିକ ଦୂରତାକୁ ଲୋକ ମାନେ ମାନୁ ନଥିବା କହିଛନ୍ତି ଜିଲ୍ଲାପାଳ । ଏଥିପାଇଁ ସେ ଦୁଃଖ ପ୍ରକାଶ କରିବା ସହ ଏ ସବୁ ପାଳନ କରିବାକୁ ନିବେଦନ କରିଛନ୍ତି । ଅନ୍ୟଥା ଜିଲ୍ଲାକୁ ସଟ୍ ଡାଉନ୍ କରିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।