Odisha news

କରୋନା କଟକଣା ପାଇଁ ଅନୁଗୁଳରେ ବିଡି ଶିଳ୍ପ ଠପ୍ , ବେରୋଜଗାର ହୋଇ ବସିଛନ୍ତି ୨ ଲକ୍ଷ ବିଡି ଶ୍ରମିକ

0

ଅନୁଗୁଳ: ମହାମାରୀ କରୋନା ଯୋଗୁଁ ଲକ୍ ଡାଉନ୍ ହେବାରୁ ଅନୁଗୁଳ ଜିଲ୍ଲାର ପ୍ରାୟ ୨ ଲକ୍ଷ ବିଡି ଶ୍ରମିକ ବେରୋଜଗାର ହୋଇ ବସିଛନ୍ତି । ନା ସେମାନଙ୍କ ପାଖରେ କାମ ଅଛି ନା ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ବିଡି ବିକ୍ରି ହୋଇଛି । ଭୋକ ଉପାସରେ ବିଡି ଶ୍ରମିକ ଓ ସେମାନଙ୍କ ପରିବାର ରହିଛନ୍ତି । ଲକ୍ ଡାଉନ୍ ଉଜାଡି ଦେଇଛି ସେମାନଙ୍କ ଜୀବିକା । କାମ ବନ୍ଦ ଯୋଗୁଁ ଅନୁଗୁଳ ଜିଲ୍ଲାର ୮ଟି ବ୍ଲକ ଯଥା,ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, କିଶୋରନଗର, ପାଳଳହଡା, କଣିହାଁ, ବଅଁରପାଳ, ଓ ତାଳଚେର ପ୍ରଭୃତି ଅଚଂଳର ପ୍ରାୟ ୨ ଲକ୍ଷ ମହିଳା ଓ ପୁରୁଷ ବିଡି ଶ୍ରମିକ ବେରୋଜଗାର ହୋଇ ବସିଛନ୍ତି ।

ତମାଖୁ ସେବନ ଓ ଧୂମ୍ରପାନ ଉପରେ ସରକାର କଟକଣା ଲଗାଇଛନ୍ତି । ଏଥିଯୋଗୁଁ ବିଡି କାମ ବନ୍ଦ ରହିଛି । ଏପରିକି ସେମାନଙ୍କ ଦ୍ୱାରା ଆଗରୁ ତିଆରି ବିଡିକୁ କମ୍ପାନୀ ନେଉ ନଥିବାରୁ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି । ଲକ୍ ଡାଉନ୍ ଯୋଗୁଁ କମ୍ପାନୀ ମାନେ ମଧ୍ୟ ନୂଆ କାମ ଦେଉ ନାହାଁନ୍ତି କି ତିଆରି ହୋଇଥିବା ବଡି ନେଉ ନା ହାଁନ୍ତି । ସେଥିପାଇଁ ଭୋକ ଉପାସରେ ରହୁଛନ୍ତି ବୋଲି ବବିଡି ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ୮ଟି ବ୍ଲକର ବିଡି ଶ୍ରମିକ ମାନଙ୍କର ପିଢ଼ି ଠାରୁପିଢ଼ି ଆରମ୍ଭ କରି ଏହା ସେମାନଙ୍କକର କୋ÷ଳିକ ବୃତି । ତେଣୁ ଏହି ବିଡି ଶ୍ରମିକ ମାନେ ବର୍ଷ ବର୍ଷ ଧରି ବିଡି ତିଆରି କରି ଯେଉଁ ପାରିଶ୍ରମିକ ପାଆନ୍ତି ସେଥିରେ ନିଜ ପରିବାର ଚଳାନ୍ତି । ବିଡି କାମ ୨ ମାସ ହେବ ବନ୍ଦ ହୋଇଯାଇଥିବାରୁ ବହୁ କଷ୍ଟରେ ଚଳୁଥିବା ବିଡିଶ୍ରମିକ ମାନେ ପ୍ରକାଶ କରିଛନ୍ତି ।

କେବଳ ମଜୁରୀ ନୁହେଁ ପ୍ରତିଦିନ ଗାଁକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ ଡାକ୍ତରୀ ଟିମ । ହେଲେ ଲକ୍ ଡାଉନ୍ ହେବା ଦିନ ଠାରୁ ତାହା ମଧ୍ୟ ବନ୍ଦ ହୋଇଯାଇଛି । ରୋଜଗାର ନଥିବା ବେଳେ ପିଲା ଛୁଆଙ୍କ ଦେହ ଖରାପ ହେଲେ ଔଷଧ କିଣିବାକୁ ସେମାନଙ୍କ ଠାରେ ପଇସାଟିଏ ନାହାଁ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ପିଲା ଛୁଆଙ୍କୁ ନେଇ କେମିତି ଚଳିବେ ତାକୁ ନେଇ ବିଡି ଶ୍ରମିକଙ୍କ ଚିନ୍ତା ବଢ଼ିଯାଇଛି । ସରକାରଙ୍କ ସହାୟତା ପାଇଁ ସେମାନେ ଦାବୀ କରିଛନ୍ତି । ପ୍ରତି ୧ ହଜାର ବିଡିରେ ଶ୍ରମିକଙ୍କୁ ୮୦ରୁ ୮୫ ଟଙ୍କା ମିଳେ । ହେଲେ ଏ ସବୁ ବନ୍ଦ ଯୋଗୁଁ ବିଡି ଶ୍ରମିକଙ୍କ ଘରେ ଚୁଲି ଜଳୁନି । ଯେଉଁ ବିଡି କମ୍ପାନୀ ଏମାନଙ୍କ ଠାରୁ ବିଡି କିଣୁଥିଲେ ସେମାନଙ୍କର କି ସରକାରଙ୍କର ଏହି ସମୟରେ ଦେଖାନାହିଁ । ତେଣୁ ବର୍ତମାନ ବିଡି ଶ୍ରମିକ ମାନେ ସରକାରୀ ସହାୟତା ପାଇଁ ଚାତକ ପକ୍ଷୀ ପରି ଅନାଇ ବସିଛନ୍ତି । ଏଠାରେ ଉଲ୍ଲ୍ଖେ ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାର ଏହି ୮ଟି ବ୍ଲକରେ ବିଡି ପାଇଁ ଉଦ୍ଦିଷ୍ଟ କେନ୍ଦୁପତ୍ର ପ୍ରବଳ ମାତ୍ରାରେ ଅମଳ ହୁଏ ।

ତେଣୁ ଅନୁଗୁଳ ଜିଲ୍ଲାର ଏହି ବ୍ଲକ ମାନଙ୍କରୁ ଭାରତର ବିଭିନ୍ନ ସ୍ଥାନ ତଥା ଭାରତ ବାହାରକୁ ଏହି ଜିଲ୍ଲାରୁ ଉତମ ମାନର ବିଡି ପତ୍ର ରପ୍ତାନୀ ହୋଇଥାଏ । ଅପର ପକ୍ଷରେ ଓଡିଶା ସମେତ ଭାରତ ବର୍ଷର ବିଭିନ୍ନ ପ୍ରଦେଶର ବଡ ବଡ ନାମୀଦାମୀ ବିଡି କମ୍ପାନୀ ମାନେ ଏହି ଜିଙଲ୍ଲାକୁ ଆସି ଜିଲ୍ଲାରେ ଥିବା ଏହି ବିଡି ଶ୍ରମିକ ମାନଙ୍କୁ ବିଡିପତ୍ର ଓ ତମାଖୁ ଯୋଗାଇ ଥାନ୍ତି । ଏବଂ ବହୁ କମ ମୂଲ୍ୟରେ କୋଟି କୋଟି ଟଙ୍କାର ବିଡି ଏହି ଶ୍ରମିକଙ୍କ ଦ୍ୱାରା କରାଇ ନିଜ ରାଜ୍ୟକୁ ନେଇ ନିଜ କମ୍ପାନୀର ବ୍ରାଣ୍ଡ ମାରି କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।

କିନ୍ତୁ ବିଚରା ବିଡି ତିଆରି କରୁଥିବା କାରିଗର ମାନେ ପ୍ରତ୍ୟେକ ଦିନ ବିଡି ତିଆରି କରି ଯେଉଁ ସ୍ୱଳ୍ପ ମଜୁରୀ ପାଇଥାନ୍ତି ସେଥିରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି  । ବିଡି ତିଆରି ସମୟରେ ବ୍ୟବହାର ହେଉଥିବା ତମାଖୁ ର ସଂସ୍ପର୍ଶରେ ଆସି ଏହି ଶ୍ରମିକ ମାନେ ବିଭିନ୍ନ ତମାଖୁ ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ ପିଢ଼ି ପିଢ଼ି ଧରି କରୁଥିବା ଏହି କୋ÷ଳିକ ବୃତିକୁ ଛାଡି ପାରନ୍ତି ନାହିଁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ଏହି ଲକ୍ ଡାଉନ୍ ସମୟରେ ଗରିବ ବିଡି ଶ୍ରମିକ ମାନେ ନିଜର ରୋଜଗାର ହରାଇ ବସି ଥିବା ବେଳେ କୋଟିପତି ବିଡି ବ୍ୟବସାୟୀ ମାନେ ସାହାଯ୍ୟ କରିବା ତ ଦୂରର କଥା ଦେଖା ମଧ୍ୟ ଦେଉନାହାଁନ୍ତି । ଏହି ଗରିବ ଶ୍ରମିକ ମାନଙ୍କର ଦୟନୀୟ ଅବସ୍ଥା ପ୍ରତି ସରକାର ମଧ୍ୟ କୋ÷ଣସି ଦୃଷ୍ଟି ଦେଉନାହାଁନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଡି ଶ୍ରମିକ ମାନେ ଦାବୀ କରିଛନ୍ତି ।

 

Leave A Reply