Odisha news

ପିପିଲି ଡେଲାଙ୍ଗ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ସାତ ସପନ

0

ପିପିଲି : ପିପିଲି ଡେଲାଙ୍ଗ ଏକ କୃଷି ପ୍ରଧାନ ଅଞ୍ଚଳ,ଶତକଡା ଅସି ଭାଗ ଲୋକ କୃଷି ଉପରେ ନିର୍ଭର ଶିଳ। ଉକ୍ତ ଅଂଚଳରେ ଧାନ ବ୍ୟତୀତ ଆଳୁ, ସାରୁ,ବାଇଗଣ,ପୋଟଳ, କୋବି,କାକୁଡି, ଟମାଟୋ ଆଦି ପରିବା ଉତ୍ପାଦିତ ହୋଇଥାଏ। ମାତ୍ର ଶୀତଳ ଭଣ୍ଡାର ଅଭାବରୁ ଏଗୁଡ଼ିକୁ ମହଜୁଦ ରଖିବା ସମ୍ଭବ ହେଉ ନାହିଁ,ଫଳରେ ଉତ୍ପାଦନ ଋତୁରେ ଚାଷୀ ସାଗ ମାଛ ଦରରେ ପରିବା ଗୁଡ଼ିକୁ ବିକ୍ରୟ କରୁଛନ୍ତି। ଏଥି ପାଇଁ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳୁ ନାହିଁ ବରଂ ତାଙ୍କୁ କ୍ଷତି ଗ୍ରସ୍ତ ହେବାକୁ ପଡୁଛି। କେଉଁ କାଳରୁ ପିପିଲି ସାତସଂଖ ଠାରେ ଉତରାୟଣୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଇଥିଲା ମାତ୍ର ସରକାରଙ୍କ ଇଚ୍ଛାଶକ୍ତି ର ଅଭାବ ଯୋଗୁ ଏହା ର ରକ୍ଷଣା ବେକ୍ଷଣ ଅଭାବ ହେତୁ ଶୀତଳ ଭଣ୍ଡାର ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। ଦିନେ ଏହା ଉପରେ ପିପିଲି,ଡେଲାଙ୍ଗ, ବଳଙ୍ଗା,ସତ୍ୟବାଦୀ ଅଞ୍ଚଳର ଚାଷୀମାନେ ନିର୍ଭର କରୁଥିଲେ। ଏହି ଶୀତଳ ଭଣ୍ଡାର ର ନବୀକରଣ ସହିତ ଆଉ ଏକ ନୂତନ ଉଚ୍ଚମାନର ଶୀତଳ ଭଣ୍ଡାର ନିର୍ମାଣ ର ଆବଶ୍ୟକତା ରହିଛି।ଚାଷ ଓ ଚାଷୀ ର ଉର୍ନତିର ଆବଶ୍ୟକତା ପ୍ରତି ସରକାର ଯତ୍ନବାନ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି.

Leave A Reply