ବ୍ରହ୍ମପୁର : ଚଳିତ ମାସ ୦୬ ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖ ରେ ସମାପ୍ତ ହେବାକୁ ଥିବା ମଲ୍ଟି ସ୍ପୋର୍ଟସ ବିଚ୍ ଗେମ୍ବୁ – ୨୦୨୪ ରେ ଯୋଗ ଦେବା ପାଇଁ ଓଡ଼ିଶା ବକ୍ସିଂ ସମ୍ପାଦକ ତଥା ବକ୍ସିଂ ଫେଡରେଶନ ଅଫ ଇଣ୍ଡିଆ ର ଉପସଭାପତି ଅନିଲ ବହିଦାର ଏବଂ ଜାତୀୟ ରିଫେରୀ ଜଜ୍ ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଙ୍କ ଡିଉ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।ଏହି ମଲ୍ଟି ସ୍ମୋର୍ଟସ ବିଚ୍ ଗେମ୍ବୁ -୨୦୨୪ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ହ୍ଲାରା ଉଦ୍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ପ୍ରାୟ ୮ ଗୋଟି କ୍ରୀଡା ଅନୁର୍ଗତ କରାଯାଇଛି ତଥା ପ୍ରାୟ ୨୦ ଟି ରାଜ୍ୟ ରୁ ଖେଳାଳୀ ଏହି ପ୍ରତିଯୋଗିତା ରେ ଯୋଗ ଦେବେ ବୋଲି ଜଣାପଡିଛି। ଏହି ପ୍ରତିଯୋଗିତା ରେ ବକ୍ସିର ମୁଖ୍ୟ ପରିଚାଳକ ଭାବେ ଶ୍ରୀ ଅନୀଲ ବହିଦାର ଙ୍କୁ ବିଏଫଆଇ ତରଫ ରୁ ଦାୟିତ୍ୱ ଦିଆଯାଇଛି। ଏତତ୍ ସହିତ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଜାତୀୟ ବକ୍ସିଂ ର ରିଫେରୀ ଜଜ୍ ଭାବେ ଏହି ପ୍ରତିଯୋଗିତା ରେ ଯୋଗ ଦେଇ ଓଡ଼ିଶା କୁ ଗୌରବାନ୍ବିତ କରିଛନ୍ତି।ଏହି ଦୁଇ ଜଣ ନିଜ ନିଜ କାର୍ଯ୍ୟଭାର ତଥା ଦାୟିତ୍ଵ ସୁଚାରୁ ରୁପେ ତୁଲାଇବେ ବୋଲି ରାଜ୍ୟ ବଜିଂ ଆସୋସିଏସନ୍ ର ସଭାପତି ଶ୍ରୀ ଅଧୂପ ଦାସ, ଓଡିଶା ର ବିଶିଷ୍ଟ କ୍ରୀଡାବିତ୍ ତଥା କ୍ରୀଡ଼ା ସଂଘଠକ ଶ୍ରୀ ଆଶୀର୍ବାଦ ବେହେରା, ଶ୍ରୀ ଅଶୋକ ସାହୁ, ଶ୍ରୀ ରଘୁନନ୍ଦନ ପାଢ଼ୀ, ଶ୍ରୀ କେ ପ୍ରଭାକର ରାଓ, ଶ୍ରୀ ଅଞ୍ଜନ ଦାସ, ଶ୍ରୀ ବିଜୟ ଦାସ, ଶ୍ରୀ ଶିବରାମ ପାତ୍ର, ଶ୍ରୀ ପଦ୍ମନାଭ ପାତ୍ର, ଏସ ନାୟକ , ଶ୍ରୀ ଅରବିନ୍ଦ ପାତ୍ର, ଶ୍ରୀ ଶରତ ମହାପାତ୍ର, ଶ୍ରୀ ଉପେନ୍ଦ୍ର ପଟ୍ଟନାୟକ, ଶ୍ରୀ ପ୍ରଶାନ୍ତ ସାହୁ, ଶ୍ରୀ ବିଜୟ ସିଂ ସାମନୁ, ଶ୍ରୀ ବସନ୍ତ ପାଣିଗ୍ରାହୀ, ମମତା ପଣ୍ଡା ଙ୍କ ସମେତ ବହୁ ସ୍ଥାନୀୟ କ୍ରୀଡାବିତ୍ ତଥା ବହୁ ବକ୍ସର ଆଶା ପ୍ରକଟ କରିଛନ୍ତି।
