Odisha news

କୋଣାର୍କ ଭଗବତୀ ମହାବିଦ୍ୟାଳୟ ଓ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ

0
ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଜି ଚତୁର୍ଥ ଦିବସ । କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରମାନଙ୍କୁ ସଚେତନ କରାଯାଇ ଆରମ୍ଭ ହୋଇଥିଲା ସଚେତନତା ରାଲି ।
 ଏହି ରାଲିରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ଵାରା ପ୍ରସ୍ତୁତ ହୋଇଥିବା ଛୋଟ ଛୋଟ ସଚେତନତା ବାର୍ତ୍ତାକୁ ଛାତ୍ରଛାତ୍ରୀ ମାନେ ହାତରେ ଧରି ବିଭିନ୍ନ ନାରାବାଜି ଦେଇ ଶୋଭାଯାତ୍ରା କରିବା ସହ ଯାନବାହାନ ଚାଳକଙ୍କୁ ସଚେତନ କରାଯାଇଥିଲା।  ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ସୁଶାନ୍ତ କୁମାର ପାତ୍ର, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବତାର ମିଶ୍ର, ଲେଫେଟାଣ୍ଟ ବିନୟ ଭୂଷଣ ମହାନ୍ତି, ଅଧ୍ୟାପକ ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ୍ କାନୁନ୍ ସମ୍ବନ୍ଧରେ ବୁଝାଇବା ସହ ରାସ୍ତାଘାଟରେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବା ସେ ବିଷୟରେ ବୁଝାଇ କହିଥିଲେ ।
ଏହି ଅବସରରେ ଏକ ସଚେତନତା ରଥ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ବିଷୟରେ ସଚେତନ ହେଲେ ଦେଶର ତଥା ପରିବାରର ମଙ୍ଗଳ ହୋଇଥାଏ । ଛାତ୍ରଛାତ୍ରୀମାନେ ଯାନବାହାନ ଚଳାଚଳଙ୍କୁ  ବିନା ହେଲମେଟ ଓ ମଦ୍ୟପାନ କରି ବାଇକ୍ ନ ଚଲାଇବା ଏବଂ ସିଟି ବେଲ୍ଟ ନ ଲଗାଇ ଗାଡ଼ି ନ ଚଳାଇବା ପାଇଁ ଅନୁରୋଧ କରିଥିଲେ ।
Ad2
Leave A Reply