ଫୁଲନଖରା, -ତେଲେଙ୍ଗାପେଣ୍ଠସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସପିଟାଲ ପକ୍ଷରୁ ଆନ୍ତର୍ଜାତୀୟ କର୍କଟ ଦିବସ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠାନ ପରିଚାଳନା ନିଦେ୍ର୍ଦଶକ ଡା. ପ୍ରଫେସର କୃପାସିନ୍ଧୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ଚଳଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ସଦର ଏସିପି ସତ୍ୟରଞ୍ଜନ ମଲିକ, ସଦର ଥାନା ଆଇଆଇସି ସୁଧାଂଶୁଭୂଷଣ ଜେନା, ପ୍ରାକ୍ତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ପ୍ରମୋଦ ମହାପାତ୍ର, ଡା. ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । କର୍କଟ ଭଳି ଏକ କ୍ରମବର୍ଦ୍ଧିଷ୍ଣୁ ରୋଗର ନିରାକରଣ ପାଇଁ ବିଶ୍ୱ ସମୁଦାୟ ଯତପରୋନାସ୍ତି ଚେଷ୍ଟା ଚଳାଇଥିବାବେଳେ ଆମକୁ ଏ କ୍ଷେତ୍ରରେ ଯଥେଷ୍ଟ ସଚେତନ ହେବାକୁ ପଡ଼ିବବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା.ଗିରିଶ ମିଶ୍ର ଓ ଡା.ରଣଜିତ କର ଉପସ୍ଥିତ ରହି କର୍କଟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାର ମୁକାବିଲା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକବୋଲି ମତପୋଷଣ କରିଥିଲେ । ଏହି ଅବସରରେ ବ୍ୟଙ୍ଗକାର ଶିଳ୍ପୀ ଅଶୋକଙ୍କଦ୍ୱାରା କର୍କଟ ରୋଗ ସମ୍ପର୍କିତ ଏକ ସଚେତନତଧର୍ମୀ ପ୍ରଦର୍ଶନୀକୁ ଲୋକମାନେ ବୁଲି ଦେଖିଥିଲେ । ଲୋକସମ୍ପର୍କ ଅଧିକାରୀ ବିଜୟକୁମାର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲାବେଳେ ରଘୁରାମ ଶାସ୍ତ୍ରୀ, ରାଜଗୁରୁ ନାୟକ, ଶୁଭାଶିଷପ୍ରସାଦ ବେହେରା, ଜାଗୃତୀ ଦାସ, ସୁବ୍ରତା କାନୁନଗୋ, ହରେକୃଷ୍ଣ ସ୍ୱାଇଁ, ଜ୍ୟୋତିରଞ୍ଜନ ମିଶ୍ର, ଅମ୍ବରିଶ ସାହୁ, ରାମକୃଷ୍ଣ ସୁବୁଦ୍ଧି, ଚନ୍ଦନ ପରିଡ଼ା, ସମୀର ଶତପଥି ପ୍ରମୁଖ ସହଯୋଗ କରିଥିଲେ । ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।