Odisha news

୯ବର୍ଷ ବାଳକ ବୋହୁଥିଲା ପରିବାର ବୋଝ ସହୟତାର ହାତ ବଢାଇଥିଲେ ବିଧାୟକ ,ସୁସ୍ଥ ହେଲେ ପବିତ୍ର

0

ମାର୍ଶାଘାଇ, ଦୀର୍ଘଦିନ ଅସୁସ୍ଥ ରହି ଅର୍ଥ ଅଭାବରୁ ରୋଗଶର୍ଯ୍ୟାାରେ ପଡିଥିବା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତର ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କୁ ସହୟତାର ହାତ ବଢାଇଥିଲେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ବିଧାୟକ ଶ୍ରୀନାୟକ ପବିତ୍ରଙ୍କୁ କଟକ ବଡ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଇବା ସହ ନିଜେ ମଧ୍ୟ କଟକ ଡାକ୍ତଖାନାରେ ପହଞ୍ଚôତାର ଚିକିତ୍ସା ବ୍ୟବସ୍ଥା କରାଇଥିଲେ । କଟକରେ ଚିକିତ୍ସିତ ହେବା ପରେ ପବିତ୍ର ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଧାୟକ ଶ୍ରୀନାୟକ ମଙ୍ଗଳବାର ପବିତ୍ରଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପୁଅ ପ୍ରଥମେଶର ପାଠ ପଠା ଓ ପତ୍ନୀ ଓ ବଢ ପୁଅର ପ୍ରଦୁ୍ୟମ୍ନର ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିଥିଲେ । ପ୍ରକାଶ ଯେ ଆଠବାଟିଆ ଗ୍ରାମର ପବିତ୍ର ବେହେରା ୩ ମାସରୁ ଉର୍ଦ୍ଧ ହେବ ରାଗ ଶର୍ଯ୍ୟାରେ ପଡିରହିଥିବା ବେଳେ ଅର୍ଥାଭାବରୁ ନିଜର ରୋଗ ଚିକିତ୍ସା କରାଇପାରୁ ନଥିଲେ । ପତ୍ନୀ ମଧ୍ୟ ୮ ବର୍ଷ ହେବ ଦୁରାରୋଗ୍ୟରେ ପଡିତ ଅଛନ୍ତି ଓ ସେ ଚଳପ୍ରଚଳ କରିବା ପାଇଁ ଅସମର୍ଥ । ବଡ ପୁଅ ଜନ୍ମରୁ ଭିନ୍ନକ୍ଷମ । ସାନ ପୁଅ ପ୍ରଥମେଶ ଯାହାର ବୟସ ମାତ୍ର ୯ ବର୍ଷ ସେହି ପରିବାରର ବୋଝକୁ ନିଜ କାନ୍ଧରେ ବୋହୁଥିଲା । ପରିବାର ଆର୍ଥôକ ସମ୍ଭଳ କିଛି ନଥିବା ବେଳେ ପବିତ୍ରଙ୍କ ଏହି ଦୁର୍ଦ୍ଦିନ ସମୟରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ସହୟତାର ହାତ ବଢାଇ ତାଙ୍କ ବଦାନତ୍ୟାର ପରିଚୟ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.