Odisha news

ଅଗ୍ନିକାଣ୍ଡ ଘଟି ୪ ପରିବାରର ୫ ବଖରା ଜଳିଗଲା

0

ଡେରାବିଶ – ଡେରାବିଶ ବ୍ଳକ ଚାନେ୍ଦାଳ ପଂଚାୟତ ଓରଗଳା (ପଥରପଡ଼ା) ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ୫ ବଖରା ଜଳି ଭସ୍ମୀଭୂତ ହୋଇଯାଇଛି । ସୂଚନାରୁ ପ୍ରକାଶ ଆଜି ସକାଳୁ କୌଣସି କାରଣରୁ ଗୁରୁଚରଣ ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ କ୍ଷିପ୍ରଗତିରେ ମାଡ଼ିଯାଇ ପଡ଼ୋଶୀ ଖଗେଶ୍ୱର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା ଓ କଳ୍ପତରୁ ବେହେରାଙ୍କ ଘରକୁ ବ୍ୟାପୀ ଯାଇଥିଲା । ଗ୍ରାମବାସୀଙ୍କ ଶତଚେଷ୍ଟା ସତ୍ୱେ ନିଆଁକୁ ଆୟତ କରାଯାଇପାରିନଥିଲା । ଖବର ପାଇ ନିଶ୍ଚିନ୍ତ କୋଇଲିରୁ ୨ଟି ଓ ଡେରାବିଶରୁ ୨ଟି ଦମକଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ୪ଟି ପରିବାର ୫ବଖରା ଘର ସହିତ ଘରେ ଥିବା ସମସ୍ତ ଆସବାବପତ୍ର ଓ ବର୍ଷକର ଧାନ ଚାଉଳ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଚାନେ୍ଦାଳ ରାଜସ୍ୱ ନିରୀକ୍ଷକ ସୁଧାଂଶୁ ଶେଖର ମହାନ୍ତି ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିବା ସହିତ ବିପନ୍ନଙ୍କୁ ପାଲ ଯୋଗାଇ ଦେଇଥିବା ପ୍ରକାଶ କରିଛନ୍ତି । ଖବର ପାଇ ଚାନେ୍ଦାଳ ସମିତିସଭ୍ୟ ମଧୁସୂଦନ ଘଡ଼େଇ, ପୂର୍ବତନ ସମିତିସଭ୍ୟ କୈଳାସ କର, ଚାନେ୍ଦାଳ ପଂଚାୟତ ବିଜେଡ଼ି ସଭାପତି ଦେବରାଜ ମହାପାତ୍ର ଘଟଣା ସ୍ଥଳରେ ପହଂଚି ବିପନ୍ନଙ୍କୁ ସମବେଦନା ଜଣାଇବା ସହିତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି

Leave A Reply