Odisha news

ଗ୍ରୀଷ୍ମକାଳୀନ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ।

0
ଭୁବନେଶ୍ୱର : ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଅତ୍ୟଧିକ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡ଼ୁଥିବା ଅନେକ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏହି ପଦକ୍ଷେପ ଅନୁଯାୟୀ:

ଭୁବନେଶ୍ୱର- କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି  ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୬୩) – : ଏହି ଟ୍ରେନରେ ୧ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି (3rd AC) କୋଚ୍ ସଂଯୋଗ କରାଯିବ।

ବେଙ୍ଗାଲୁରୁ- ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୬୪) – : ଏଥିରେ ୨ ମଇରୁ  ୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ଯୋଡ଼ାଯିବ।

ଭୁବନେଶ୍ୱର- ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୨୮୧୯) – : ଏହି ଟ୍ରେନରେ ୩ ମଇରୁ ୩୧  ମଇ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଆନନ୍ଦ ବିହାର ଟର୍ମିନାଲ -ଭୁବନେଶ୍ୱର  ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୨୮୨୦) –  : ଏଥିରେ ୫ ମଇରୁ ୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ଭୁବନେଶ୍ୱର-ତିରୁପତି ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନଂ. ୨୨୮୭୯): ୨ ମଇରୁ ୩୦ ମଇ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସହିତ ଚାଲିବ।

ତିରୁପତି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନଂ. ୨୨୮୮୦): ୩ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୩୦୧/୧୮୩୦୨): ୧ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଏସି ଚେୟାର କାର୍  କୋଚ୍ ସହିତ ଚାଲିବ।

ସମ୍ବଲପୁର- ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସ (ଟ୍ରେନ୍ ନଂ. ୨୦୮୩୨) – : ୩ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଏଥିରେ ଏକ ଅତିରିକ୍ତ ସ୍ଲିପର କୋଚ୍ ସଂଯୋଗ କରାଯିବ।

ଶାଲିମାର-ସମ୍ବଲପୁର (ଟ୍ରେନ୍ ନଂ. ୨୦୮୩୧): ୪ ମଇରୁ ୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ସ୍ଲିପର କୋଚ୍ ସହିତ ଚାଲିବ।

ଭୁବନେଶ୍ୱର-ପୁରୁଣାକଟକ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନଂ. ୧୨୮୯୩): ୧ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଦୁଇଟି ଅତିରିକ୍ତ ସାଧାରଣ ଶ୍ରେଣୀ  (General) କୋଚ୍ ସଂଯୋଗ କରାଯିବ। ସେହିପରି ପୁରୁଣାକଟକ-ଭୁବନେଶ୍ୱର (ଟ୍ରେନ୍ ନଂ. ୧୨୮୯୪) ରେ ୨ ମଇରୁ ୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଦୁଇଟି ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ସହିତ ଚଳାଚଳ କରିବ।

ଭୁବନେଶ୍ୱର- ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୪୭) – : ୧ ମଇରୁ ୧୨ ମଇ ଏବଂ ୧୪ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଏକ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ। ସେହିପରି ଜଗଦଲପୁର-ଭୁବନେଶ୍ୱର (ଟ୍ରେନ୍ ନଂ. ୧୮୪୪୮) ରେ ୨ ମଇରୁ ୧୩ ମଇ ଏବଂ ୧୫ ମଇରୁ ୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।

ପୁରୀ-ଗୁଣୁପୁର ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୧୭): ୧ ମଇରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ଏକ ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ଏସି-ଚେୟାର କାର୍  ସଂଯୋଗ କରାଯିବ। ସେହିପରି ଗୁଣୁପୁର-ପୁରୀ ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୧୮) ୨ ମଇରୁ ୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଅତିରିକ୍ତ ଏସି-ଚେୟାର କାର୍ ସହିତ ଚଳାଚଳ କରିବ।

ଏହି ଅସ୍ଥାୟୀ କୋଚ୍ ସଂଯୋଗ ଦ୍ୱାରା ଟ୍ରେନର ଯାତ୍ରୀ ଧାରଣ କ୍ଷମତା ବୃଦ୍ଧି ପାଇବ ଏବଂ ଗ୍ରୀଷ୍ମକାଳୀନ ଭ୍ରମଣ ସମୟରେ ଅପେକ୍ଷାରତ ଯାତ୍ରୀଙ୍କ ଟିକେଟ୍ କନଫର୍ମ ହେବାର ସୁଯୋଗ ବୃଦ୍ଧି ପାଇବ।

Nalco
Leave A Reply