Odisha news

ବିବାହଭୋଜିରେ ଅଭିନବ ଉପହାର

0

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ନିଶ୍ଚିନ୍ତକୋଇଲିର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିର୍ବାଣ’ ପକ୍ଷରୁ ବିଭିନ୍ନ ବିବାହ ଭୋଜିରେ ଅଭିନବ ଉପହାର ପ୍ରଦାନ କରାଯାଇଛି । ଅନୁଷ୍ଠାନର ସଂପାଦକ ପ୍ରକାଶ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ଏହି ବ୍ଲକ ଅଧିନସ୍ଥ ବରାଦୋ ପଂଚାୟତ ବରାଦୋ ଗ୍ରାମର ସ୍ୱର୍ଗତ ବାଇଧର ରାଉତଙ୍କ ପୁତ୍ର ବନ୍ଦନ ରାଉତ ଓ ପୁତ୍ରବନ୍ଧୁ ସରୋଜିନୀଙ୍କ ବିବାହ ଭୋଜିରେ ନବ ଦମ୍ପତ୍ତିଙ୍କୁ ଉପହାର ସହିତ ଏକ ବକୁଳ ଚାରା ପ୍ରଦାନ କରାଯାଇଛି । ଏହି ଚାରା ପ୍ରଦାନ ସମୟରେ ସଂପୃକ୍ତ ନବ ଦମ୍ପତ୍ତିଙ୍କୁ ପରିବେଶ ସୁରକ୍ଷା ନିମନ୍ତେ ନିଜ ବାଡିରେ ଉକ୍ତ ଚାରାକୁ ରୋପଣ କରିବା ସହିତ ବଂଚାଇ ରଖି ନୂତନ ଜୀବନ ଆରମ୍ଭ କରିବା ନିମନ୍ତେ ସଚେତନତା କରାଯାଇଛି । ସଂପୃକ୍ତ ନବ ଦମ୍ପତି ଏଭଳି ଉପହାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବି ସଂପୃକ୍ତ ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ସମାଜ ପାଇଁ ଏହା ଏକ ପ୍ରେରଣା ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ନିଶ୍ଚିନ୍ତକୋଇଲି ପଂଚାୟତ ଓଥକା ଗ୍ରାମର ଦେବେନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ଆରତୀଙ୍କ ବିବାହ ଭୋଜିରେ ମଧ୍ୟ ନବ ଦମ୍ପତିଙ୍କୁ ଉପହାର ସହିତ ଚାରା ଗଛ ପ୍ରଦାନ କରାଯାଇ ପରିବେଶ ସୁରକ୍ଷା ନିମନ୍ତେ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭ୍ୟ ରାଜେଶ କୁମାର ସାହୁ, ସୁକାନ୍ତ ମାଢେଇ, ନିରଞ୍ଜନ ବସ୍ତିଆ, ଗୋପୀନାଥ ବେହେରା ଓ ରଂଜନ ଦାସ ମଧ୍ୟ ଯୋଗଦେଇ ସଚେତନତା କରାଇଛନ୍ତି ।

Leave A Reply