Odisha news

ବାଇକ୍ ଦୁର୍ଘଟଣାରେ କୃଷ୍ଣସାରର ମୃତ୍ୟୁ, ଚାଳକ ଗୁରୁତର

0

ଭଞ୍ଜନଗର : ବାଇକ୍ ଦୁର୍ଘଟଣାରେ ଗୋଟିଏ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବାବେଳେ ବାଇକ୍ ଚାଳକ ଗୁରୁତର ଆହାତ ହୋଇଛନ୍ତି । ଏଭଳି ଏକ ଘଟଣା ବେଲଗୁଣ୍ଠା ବ୍ଲକର ଜିଲ୍ଲିବା ରାସ୍ତାରେ ଘଟିଛି । ମଙ୍ଗଳବାର ଅପରାହ୍ନ ସାଢେ ଗୋଟାଏ ବେଳେ ବୌଦ୍ଧ ଚାରିଛକ ଅଞ୍ଚଳର ମୃତ୍ୟୁଞ୍ଜୟ ପାଢୀ (୨୫) ନିଜ ବାଇକ୍ ଯୋଗେ ବଡଖୋଲି ଗ୍ରାମରୁ ବୌଦ୍ଧ ଚାରିଛକକୁ ଫେରୁଥିବାବେଳେ ଜିଲ୍ଲିବା ନିକଟରେ ଅପରାହ୍ନ ସାଢେ ଗୋଟାଏ ବେଳେ ଏକ କୃଷ୍ଣସାର ମୃଗ ଦୃତଗତିରେ ରାସ୍ତା ଜମ୍ପ କରି ପାର ହେବାବେଳେ ବାଇକ୍ ଦେହରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବାବେଳେ ବାଇକ୍ ଚାଳକ ମୃତ୍ୟୁଞ୍ଜୟ ପାଢୀ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ମୃତ୍ୟୁଞ୍ଜୟଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ଏଠାରୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply