Odisha news

୮ ଜିଲ୍ଲାର ମିଟର ରିଡର ଶ୍ରମିକ ସଂଘର ଜରୁରୀ ବୈଠକ

0

ଭଞ୍ଜନଗର : ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀକକ୍ଷରେ ଦକ୍ଷିଣ ଓଡିଶାର ୮ଟି ଜିଲ୍ଲାର ମିଟର ରିଡର ଶ୍ରମିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଉଥକୋ ଅଧିନସ୍ଥ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା ଆଦି ୮ଟି ଜିଲ୍ଲାର ୩ହଜାରରୁ ଉର୍ଦ୍ଧ ମିଟର ରିଡର ଯୋଗଦେଇଥିଲେ । ଗତ ଅକ୍ଟେବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ସେହି ସମୟରେ ଏ ଓ ଭାବେ କାର୍ଯ୍ୟରତ ଜୟରାମ ସାହୁଙ୍କ ଦ୍ୱାରା ଆଲୋଚନା ଏବଂ ପ୍ରତିଶୃତି ଅନୁଯାୟୀ ମିଟର ରିଡରମାନଙ୍କୁ କୁଶଳୀ ଶ୍ରମିକଭାବେ ଘୋଷଣା କରାଯାଇଥିଲା । ଆଉ ୩ମାସ ସମୟ ନେଇ ଏହି ସମୟସୀମା ମଧ୍ୟରେ ୨୦୦୭ ନିୟମ ମୁତାବକ କୁଶଳୀ ଶ୍ରମିକ ଭାବେ ବିଚାରକୁ ନେଇ ମିଟର ରିଡରମାନଙ୍କ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଇତିମଧ୍ୟରେ ୩ମାସର ସମୟ ସୀମା ଶେଷ ହୋଇଯାଇଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ଓ ଅନୁରୋଧ ସତ୍ୱେ ଠିକାଦାର କିମ୍ବା ସାଉଥକୋ କେହି ମିଟର ରିଡରମାନଙ୍କ କଥା ଶୁଣିବା ଭଳି ମନେ ହେଉନାହିଁ । ଏହାକୁ ନେଇ ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଟର ରିଡରମାନେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଯଦି ଖୁବଶୀଘ୍ର ମିଟର ରିଡରଙ୍କୁ ନିଯୁକ୍ତି ଦେଇଥିବା ଠିକାଦାର ସଂସ୍ଥା କିମ୍ବା ସାଉଥକୋ କର୍ତ୍ତୃପକ୍ଷ ସେମାନଙ୍କ ସର୍ବନିମ୍ନ ମଜୁରୀ ଦାବୀ ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ସମସ୍ତ ମିଟର ରିଡର କାର୍ଯ୍ୟବନ୍ଦ ଆନେ୍ଦାଳନ କରିବାସହ ରାଜରାସ୍ତାକୁ ଓଲ୍ଲାଇ ଦୁର୍ବାର ଆନେ୍ଦାଳନ କରିବେବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply