Odisha news

ଗାଡ଼ି ସହ ବିପୁଳ ପରିମାଣର କାଠ ଜବତ ୩ ଗିରଫ

0

ଭଂଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଙ୍ଗି ରେଞ୍ଜ୍ରୁ ନିୟମିତ କାଠ େ·ରି ହେଉଥିବା ଅଭିଯୋଗ ବାରମ୍ବାର ହେଉଛି । ବନ ବିଭାଗ କର୍ମ·ରୀ ବେଳେବେଳେ ନାମକୁ ମାତ୍ର କିଛି କାଠ ଜବତ କରୁଥିବା ଦେଖିବାକୁ ମିଳୁଛି । ମଙ୍ଗଳବାର ଦିନ ତାରାସିଙ୍ଗ ରେଞ୍ଜ୍ରୁ ଡାଲା ଅଟୋ ଯୋଗେ ୪୫ ଘନଫୁଟ କାଠ ବେଲଗୁଣ୍ଠା ଅଭିମୁଖେ ଆସୁଥିବା ବେଳେ ପୋଲିସ୍ ହାବୁଡ଼ରେ ସୁତୁମୁସରଠାରେ େ·ରାକାଠ ଗାଡ଼ି ପଡ଼ିଥିଲା । ପୋଲିସ୍ ସେହି ଗାଡ଼ିକୁ ଜବତ କରି କାଠ ସହ ତିନିଜଣଙ୍କୁ ଗିରଫ କରିଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । େ·ରମାନେ ତାରାସିଙ୍ଗି ରେଞ୍ଜ୍ ଅନ୍ତର୍ଗତ ଲେମ୍ଭେଇରୁ କାଠ ନେଇ ବେଲଗୁଣ୍ଠା ଅଭିମୁଖେ ଆସୁଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ରାଇପଲ୍ଲୀ ଗ୍ରାମେର ସତ୍ୟନାରାୟଣ ବିଷୋୟୀ, ଟାଙ୍ଗଣ ଗ୍ରାମର ବାବୁଲା ପ୍ରଧାନ ଏବଂ ଜିତେନ୍ଦ୍ର ପ୍ରଧାନ । ତାରାସିଙ୍ଗି ରେଞ୍ଜ୍ର ବିିଭିନ୍ନ ଜଙ୍ଗଲରୁ କାଠ କାଟି େ·ରାକାଠ ବେପାରୀମାନେ ଅନ୍ୟତ୍ର ·ଲାଣ କରୁଥିବା ଅଭିଯୋଗ ହେଉଛିୀ । ବାଇକ୍ ଯୋଗେ ଦୁଇଟି କାଠ ପଟା ନେଲେ ବନ ବିଭାଗ କର୍ମ·ରୀଙ୍କ ହାବୁଡ଼ରେ କାଠ ନେଉଥିବା ଲୋକ ପଡ଼ିଯାଉଥିବା ବେଳେ ଡାଲା ଅଟୋରେ ୪୫ ଘନଫୁଟ କାଠ ନେଇ ଅନ୍ୟତ୍ର ଯାଉଥିବା ବେଳେ ବନ ବିଭାଗ କର୍ମ·ରୀ କେମିତି ଜାଣିପାରିଲେନି ତାହା ଆଲୋଚନାର ବିଷୟବସ୍ତୁ ହୋଇଛି । ଜବତ ହୋଇଥିବା କାଠର ମୂଲ୍ୟ ପ୍ରାୟ ପ·ଷ ହଜାର ଟଙ୍କା ହେବ ।

Leave A Reply