ବାଲେଶ୍ୱର-୦୪/୦୨ ଆଜି ରାଜ୍ୟ ପୁଲିସ ବିଭାଗ ମହାନିର୍ଦ୍ଦେଶକ ଅଭୟ ବାଲେଶ୍ୱରରେ ପହଞ୍ଚିବା ସହ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ସ୍ଥାନୀୟ ପୂର୍ବାଞ୍ଚଳ ରେଞ୍ଜ ଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ବାଲେଶ୍ୱରସ୍ଥିତ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ, ଅର୍ଥନୈତିକ ଅପରାଧ ଶାଖା ଆଇଜି ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ୱର ଏସ୍ପି ବି ଯୁଗଳ କିଶୋର, ମୟୁରଭଞ୍ଜ ଏସ୍ପି ସ୍ମିଥ୍ ପରମାର,ଭଦ୍ରକ ଏସ୍ପି ରାଜେଶ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ । ପୁଲିସ ପେଟ୍ରୋଲିଂଙ୍କୁ ଆହୁରି କଡ଼ାକଡ଼ି କରାଯିବା ସହ ମହିଳା ଓ ଶିଶୁ ନିର୍ଯ୍ୟାତନା ରୋକିବା ଦିଗରେ ବିଭାଗ ପକ୍ଷରୁ କଣ କଣ ପଦକ୍ଷେପ ନିଆଯିବ ସେ ବାବଦରେ ଆଲୋଚନା କରାଯାଇଥିଲା । ମୋ ସରକାରଙ୍କୁ ଅଧିକ କ୍ରିୟାଶୀଳ କରାଇବା ଉଦ୍ଦେଶ୍ୟରେ ଅପରାଧ ରୋକିବା, ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ, ଦଣ୍ଡ ବିଧାନ ଆଦି ଦିଗଉପରେ ଶ୍ରୀ ଅଭୟ ସମୀକ୍ଷା କରିଥିଲେ । ବିଶେଷ କରି ଯୋଜନା ବଦ୍ଧ ଅପରାଧ କରୁଥିବା ଅପରାଧି ମାନଙ୍କ ଉପରେ ତିଖିନ୍ୟ ନଜର ରଖିବାକୁ ସମୀକ୍ଷା ବୈଠକରେ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଡିଜିପି ଶ୍ରୀ ଅଭୟ ପରାମର୍ଶ ଦେଇଥିଲେ ।