Odisha news

ଆହତ ଷଣ୍ଢର ଅସ୍ତ୍ରୋପଚାର କଲେ ପ୍ରାଣୀଧନ ନୀରିକ୍ଷକ

0

ବନ୍ତ : ବନ୍ତ ବ୍ଲକ ନରସିଂହପୁର ପାନପଦୀ ଛକ ନିକଟରେ ଗୋଟିଏ ଆହତ ଷଣ୍ଢକୁ ପ୍ରାଣୀଧନ ନୀରିକ୍ଷକ ଅସ୍ତ୍ରୋପଚାର କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ କିଛି ଦିନ ଧରି ଉକ୍ତ ଛକ ନିକଟରେ ଗୋଟିଏ ଷଣ୍ଢ ଆହତ ଅବସ୍ଥାରେ ପଡିରହିଥିଲା । ଏହା ସ୍ଥାନୀୟ ଗୁପ୍ତେଶ୍ୱର ମହାଦେବଙ୍କ ଷଣ୍ଢ ହୋଇଥିବାରୁ ସ୍ଥାନୀୟ ଯୁବକ ମାନେ ବସନ୍ତିଆ ପ୍ରାଣୀଧନ ନୀରିକ୍ଷକ କୃଷ୍ଣଚନ୍ଦ୍ର ଲେଙ୍କାଙ୍କୁ ଖବର କରିଥିଲେ । ଶ୍ରୀ ଲେଙ୍କା ଘଟଣା ସ୍ଥଳରେ ପହଞ୍ଚô ଷଣ୍ଢଟିର ହୁଙ୍କୁଡ ପାଖରୁ ବାହାରି ଥିବା ଗୋଟିଏ ଗୋଡ କୌଣସି କାରଣରୁ ଆଘାତ ହୋଇଥିବା ଦେଖିବାକୁ ପାଇଥିଲେ । ଗୋଡ ବାହାରିଥିବା ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଯୋଗୁଁ ତାହା ସଂକ୍ରମିତ ହୋଇ ପୋକ ଜମି ଯାଇଥିଲେ । ଗତ କିଛିଦିନ ପୂର୍ବେ ଶ୍ରୀ ଲେଙ୍କା ଉକ୍ତ ଷଣ୍ଢଟିର ଚିକିସôା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ସେ ସଂକ୍ରମଣ ଗୋଡଟିକୁ ଅସ୍ତ୍ରୋପଚାର କରି ଶରୀରରୁ ବାହାର କରିଦେଇଥିଲେ । ଏହି କାର୍ଯ୍ୟରେ ସ୍ଥାନୀୟ ସମାଜସେବୀ ଶିବନାରାଣ ବିଶ୍ୱାଳ, ୱାର୍ଡ ସଭ୍ୟ ସନ୍ତୋଷ କୁମାର ସ୍ୱାଇଁ, ନିହାର ରଞ୍ଜନ ପରିଡା, ଜଗନ୍ନାଥ ସ୍ୱାଇଁ, ଶାନ୍ତନୁ ପତି, ମହେନ୍ଦ୍ର ହୋ, ଟୁଙ୍ଗୁରି ବାରିକ, ମୁନମୁନ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଯୁବଗୋଷ୍ଠୀ ଓ ପ୍ରାଣୀଧନ ନୀରିକ୍ଷକଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply