Odisha news

ଆନ୍ଧ୍ରପ୍ରଦେଶରୁ ୮୫ରୁ ଉର୍ଦ୍ଧ ଲୋକ ପାରାଦ୍ୱୀପ ସ୍ଥିତ ଷଣ୍ଡକୁଦ ବସ୍ତିରେ ପହଂଚିଲେ

0

ପାରାଦ୍ୱୀପ. ୩ /୬ : ଗତକାଲି ଆନ୍ଧ୍ରପ୍ରଦେଶରୁ ୮୫ରୁ ଉର୍ଦ୍ଧ ଲୋକ ଆସି ପାରାଦ୍ୱୀପ ସ୍ଥିତ ଷଣ୍ଡକୁଦ ବସ୍ତିରେ ପହଂଚିଥିଲେ ସ୍ଥାନୀୟ ଲୋକ ଖବର ପାଇ ଆଶାକର୍ମୀ ସାବିତ୍ରୀ ସ୍ୱାଇଁଙ୍କୁ ଖବର ଦେଇଥିଲେ l ଖବର ପାଇ ଆଶାକର୍ମୀ ସାବିତ୍ରୀ ସ୍ୱାଇଁ ଆସି ପହଂଚି ସେମାନଙ୍କୁ ଅସ୍ଥାୟୀ  କୋଭିଡି କ୍ୟାମ୍ପକୁ ଡାକିବାରୁ ସେମାନେ ଆଶାକର୍ମୀ ସାବିତ୍ରୀ ସ୍ୱାଇଁଙ୍କୁ ଆକ୍ରମଣ କରି ଜୋର ଜବରଦସ୍ତ ବସ୍ତି ଭିତରକୁ ପଶିଯିବା ସ୍ପଷ୍ଟ ଜଣାପଡିଛି l ବିଭିନ୍ନ ଗଣମାଧ୍ୟମରେ  ପ୍ରସାରଣ  ହେବା ପରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବା କୁହାଯାଉଛି l ଆଜି ସକାଳ ସମୟରେ ସ୍ଥାନୀୟ ପୋଲିସ ପ୍ରଶାସନ ପହଂଚି ଗତକାଲି  ଆସିଥିବା ପ୍ରଭାସୀଙ୍କୁ ଚି଼ହ୍ନଟ କରି ପ୍ରଥମେ ମେଡିକାଲ ଓ ପରେ କୋଭିଡି କ୍ୟାମ୍ପକୁ ନିଆଯାଇଥିଲା l ଯାହାକୁ ନେଇ ଷଣ୍ଡକୁଦ  ବସ୍ତି ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟିକରିଛି ?

Leave A Reply