Odisha news

ବେପାରୁଆ ଗାଡି ଚାଳନା : ବରଯାତ୍ରୀ ଭ୍ୟାନ ଓଲଟି ଦୁଇ ମହିଳା ମୃତ, ୩୫ ରୁ ଉର୍ଦ୍ଧ୍ବ ଆହତ।

0
ବୋରିଗୁମ୍ମା (K.sakil Dora)– ବେପାରୁଆ ଗାଡି ଚାଳନା ଯୋଗୁଁ ବରଯାତ୍ରୀ ଭ୍ୟାନ ଓଲଟି ଦୁଇ ମହିଳା ଙ୍କ ମୃତୁ ହୋଇଥିବା ବେଳେ ୩୫ ରୁ ଉର୍ଦ୍ଧ୍ବ ଆହତ ହୋଇ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି, ବୋରିଗୁମ୍ମା ବ୍ଲକରେ।ବ୍ଲକ ର ମୁଣ୍ଡିଗୁଡା ଗ୍ରାମ ରୁ ବୋଡି ଗାଁ ପଂଚାୟତ ଅଧିନ ଟୋକିଗୁଡା ଗ୍ରାମ କୁ ଏକ ବରଯାତ୍ରୀ ଭ୍ୟାନ ୪୦୭ ଓଆର -୧୦ ଜି ୪୬୮୦ ଯାଉଥିବା ବେଳେ ଗୁରୁମାଇଗୁଡା ନିକଟରେ ଓଲଟି ପଡିଥିଲା। ଯାହା ଫଳରେ ଭ୍ୟାନ ର ପଛରେ ବସିଥିବା ୪୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବରଯାତ୍ରୀ ମଧ୍ୟରୁ ଦୁଇ ମହିଳା ଘଟଣାସ୍ଥଳରେ ମୃତୁ ହୋଇଥିବା ବେଳେ ୩୫ ଲୋକଙ୍କୁ ପ୍ରଥମେ କୁମୁଲି ମେଡ଼ିକାଲ ପରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।
ଆହତ ୩୫ ମଧ୍ୟରୁ ୧୭ ଜଣ ଗୁରୁତର ଥିବା ଜଣାଯାଇଛି। ଘଟଣା ଟି ଆଜି ଦିନ ୧୨.୩୦ ରେ ଘଟିଥିବା ବେଳେ ଦୁଇ ମୃତକ ମହିଳା ହେଉଛନ୍ତି ମୁଣ୍ଡିଗୁଡା ଗ୍ରାମର। ମୃତ ମହିଳା ଙ୍କ ନାଁ ଚଂଚଳା ଯାନୀ ଓ ତୁଳସା ଯାନୀ। କରୋନା ଭାଇରସ ଯୋଗୁଁ ଲକ ଡାଉନ ଚାଲିଥିବା ବେଳେ ସାମାଜିକ ଦୁରତା କୁ ଫୁ କରାଯାଇଛି। ଯେଉଁ ମାନେ ବି ଭ୍ୟାନ ରେ ଯାଇଥିଲେ, ଜଣେ ହେଲେ ମଧ୍ୟ ମାସ୍କ ପିନ୍ଧି ନଥିବା ଜଣାଯାଇଛି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଘଟଣା ସ୍ଥଳରେ ଜୟପୁର ଉପ ଜିଲ୍ଲାପାଳ ଲୋକନାଥ ଦଲବେହେରା ,ସ୍ଥାନୀୟ ତହସିଲଦାର ସଂଜୀବ କୁମାର ସାହୁ ପହଞ୍ଚି ମୃତ ମହିଳା ଙ୍କ ପରିବାର ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ରେଡ଼ କ୍ରସ ପାଣ୍ଠି ରୁ ପ୍ରଦାନ କରିଥିଲେ। ବି ସିଂହପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Leave A Reply