Odisha news

କରୋନାକୁ ନେଇ ସଚେତନ କଲା ପିପିଏଲ

0

ପାରାଦୀପ ଫସଫେଟସ୍ ଲିମିଟେଡ୍ (ପିପିଏଲ) ପକ୍ଷରୁ କରେନାକୁ ନେଇ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି । ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ ପୋଷ୍ଟର ଲଗାଇ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ଚାଲିଛି । ଏହାର ସହ କମ୍ପାନିର କର୍ମଚାରୀଙ୍କ ନିମନ୍ତେ ବାୟୋମେଟ୍ରିକ୍ ଉପସ୍ଥାପନକୁ ବନ୍ଦ କରି ଦିଆଯାଇଛି ।

ଏହାସହ କମ୍ପାନି ପରିସରରେ ଥିବା ହସ୍ପିଟାଲରେ କରୋନା ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କମ୍ପାନିକୁ ଆସୁଥିବା ସମସ୍ତ କର୍ମଚାରୀ ଓ ପରିଦର୍ଶକଙ୍କ ଶରୀର ତାପମାତ୍ରା ମାପିବା ନିମନ୍ତେ ଥର୍ମାଲ ସ୍କାନିଂ ସମସ୍ତଙ୍କ ନିମନ୍ତେ ବାଧ୍ୟତାମୂଳକ କରାଯାଇଛି । ଥଣ୍ଡା, କାଶ ଓ କଫ ରୋଗୀମାନଙ୍କଠାରୁ ଦୂରେଇ ରହିବା ସହ ଏକାଧିକ ଥର ସମସ୍ତଙ୍କୁ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ପିପିଏଲ କର୍ପୋରେଟ୍ ଆଫାୟର୍ସ ଡିଜିଏମ୍ ସୁଧୀ ରଂଜନ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

Leave A Reply