କରୋନା ଭୟରେ ଆଲିୟା ଭଟ୍ଟ ନିଜକୁ ଆଇସୋଲେସନ୍ (ଏକାନ୍ତବାସ)ରେ ରଖିଛନ୍ତି । ଆଲିୟାଙ୍କ ଭଉଣୀ ସାହିନ ତାଙ୍କର ଏକ ଫଟୋ ସୋସାଲ ମିଡିଆରେ ପୋଷ୍ଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସାହିନ୍ ନିଜ ଇନ୍ଷ୍ଟା ଷ୍ଟାଟସ୍ରେ ଫଟୋ ସେୟାର କରି ଲେଖିଛନ୍ତି, ଆଲିୟା ସବୁ ସମୟ ଭଳି ଜୀବନ ଓ କ୍ୟାଟନ୍ରେ ଜିତୁଛନ୍ତି । ୟୁରୋପର ହଲାଣ୍ଡ୍, ଜର୍ମାନୀ, ଲେଷ୍ଟର ଓ ଲଣ୍ଡନ ଭଳି ୪ ସହରରେ ଶୋ’ କରି ଭାରତ ଫେରିଥିବା ଭଜନ ସମ୍ରାଟ ଓ ଅନୁପ ଜଲୋଟାଙ୍କୁ ଏକ ହୋଲେରେ ଆଇସୋଲେସନ୍ରେ ରଖାଯାଇଛି । ଏବେ ସୁଦ୍ଧା ବଲିଉଡ୍ ଷ୍ଟାର୍ ସଂକ୍ରମଣରୁ ଦୂରେଇ ରହିଛନ୍ତି । କେତେକ ହଲିଉଡ୍ ସେଲେବ୍ ସଂକ୍ରମିତ ହୋଇଥିବା ବେଳେ ଟମ୍ ହ୍ୟାକ୍ସ ଓ ତାଙ୍କ ସ୍ତ୍ରୀ ରିଟା ୱିଲ୍ସନ୍ ସଂକ୍ରମଣରୁ ଠିକ୍ ହୋଇଛନ୍ତି ।