Odisha news

ଇନ୍ସପେକ୍ଟର ରଜନୀକାନ୍ତ ସାମଲଙ୍କୁ ରାଷ୍ଟ୍ରପତି ପୁରସ୍କାର

0

ଉଲ୍ଲେଖନୀୟ ସେବା ଯୋଗାଇବା ବର୍ଗରେ ପାରାଦୀପ ଆଦର୍ଶ ଥାନା ଇନ୍ସପେକ୍ଟର ରଜନୀକାନ୍ତ ସାମଲଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିଛି । ଗତକାଲି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ଗଣେଶୀ ଲାଲ ଶ୍ରୀ ସାମଲଙ୍କୁ ଏହି ପଦକ ପ୍ରଦାନ କରିଥିଲେ । ସାରା ରାଜ୍ୟରେ ତିନି ଜଣ ଇନ୍ସପେକ୍ଟର ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଶ୍ରୀ ସାମଲ ଏହି ବର୍ଗରେ ସାମିଲ ହୋଇଥିବାରୁ ଜଗତସିଂହପୁର ଜିଲ୍ଲା ପାଇଁ ଏହା ନିଶ୍ଚିତ ଭାବେ ଗର୍ବର ବିଷୟ । ପ୍ରକାଶ ଥାଉ କି, ଚାକିରି ଆରମ୍ଭରୁ ମାଲକାନାଗିରି ଭଳି ମାଓ ଉପଦ୍ର୍ରୁତ ଅଞ୍ଚଳରେ ଉଲ୍ଲେଖନୀୟ କାର୍ଯ୍ୟ କରି ସାରା ରାଜ୍ୟରେ ଶ୍ରୀ ସାମଲ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ପାରାଦୀପ ଭଳି ଶିଳ୍ପାଞ୍ଚଳରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧକୁ ନିୟନ୍ତ୍ରଣ କରି ବନ୍ଦର ନଗରୀରେ ଶାନ୍ତି ଶୃଙ୍ଖଳା ବଜାଏ ରଖିବା ଉପରେ ବେଶ୍ ଗୁରୁତ୍ୱ ଦେଉଥିବା ଶ୍ରୀ ସାମଲଙ୍କୁ ମିଳିଥିବା ଥିବା ଏହି ସମ୍ମାନ ପାଇଁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.