Odisha news

ଆପଣ ଜାଣିଛନ୍ତି କି କଞ୍ଚା ପନିର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ କି ଲାଭ ମିଳିଥାଏ

0

ପନିର ଖାଇବାକୁ କାହାକୁବl ଭଲଲାଗେ ନାହିଁ ,ସମସ୍ତେ ଏହାକୁ ଖାଇବା ପାଇଁ ପସନ୍ଦ କରିଥାନ୍ତି l ଏହା ସ୍ୱାଦଯୁକ୍ତ ହେବl ସହିତ ଦେହ ପାଇଁ ମଧ୍ୟ ଅତ୍ୟନ୍ତ ହିତକର ,କିନ୍ତୁ ଯଦି ଆପଣ ପନିରକୁ ରାନ୍ଧିକି ଖାଇବା ପରିବର୍ତେ କଞ୍ଚା ଖାଇବେ ତେବେ ଅଧିକାଂଶ ରୋଗରୁ ଦୁରେଇ ହୋଇ ରହିବେ l ପନିରରେ ପ୍ରୋଟିନ ,କ୍ୟାଲସିୟମ ,ଫସଫରସ ,ଫୋଲେଟେ ସହିତ କେତେ ଗୁଡିଏ ନିୟୁଟ୍ରିସନ ଭରପୁର ହୋଇ ରହିଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଧୁମେହ ରୋଗୀ ମାନେ ପନିର ଖାଇବା ଦ୍ୱାରା ସୁଗାର ଲେବୁଲ କଣ୍ଟ୍ରୋଲ ହୋଇଥାଏ ଏହା ସହିତ ମାନସିକ ଦୁଶ୍ଚିନ୍ତାକୁ ମଧ୍ୟ ଦୁରେଇ ରଖିଥାଏ l ରାତିରେ ଶୋଇବାର ୧ ଘଣ୍ଟା ପୂର୍ବରୁ ଯଦି ଆପଣ ପନିର ଖାଇବେ ତେବେ ଏହା ଅପାଙ୍କ ଶରୀରକୁ ପ୍ରୋଟିନ ଯୋଗାଇବା ପାଇଁ ସାହାଯ୍ୟ କରିବ l

* ମାନସିକ ଦୁଶ୍ଚିନ୍ତାକୁ ଦୁରକରେ – ଆଜିକାଲି ସମସ୍ତେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛନ୍ତି l ଅଧିକାଂଶ ଲୋକ ଏହି ଦୁଶ୍ଚିନ୍ତାକୁ ଏଡ଼ାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି l କିନ୍ତୁ ଆପଣ ମାନେ ଜାଣିଲେ ଆଚାର୍ଯ୍ୟ ହେବେ ଯେ ୧ ଗିନା ପନିର ଖାଇବା ଦ୍ୱାରା ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଦୁରାଇବା ସହିତ ଶରୀରର ଥକାପଣ ମଧ୍ୟ ଦୂର ହେବ l ସେଥିପାଇଁ ଯେତେବେଳେବି ଆପଣ ଚିନ୍ତାରେ ରହୁଛନ୍ତି ସେତେବେଳେ କଞ୍ଚା ପନିର ସେବନ କରନ୍ତୁ l

* ଦାନ୍ତ ଓ ମାଢିକୁ ମଝବୁତ କରେ -ପ୍ରୋଟିନ ଓ କ୍ୟାଲସିୟମ ଭରି ରହିଥିବା କାରଣରୁ ପନିର ସେବନ କରିବା ଦାନ୍ତ ଓ ମାଢି ପାଇଁ ହିତକର l ଏହା ଦାନ୍ତ ଓ ମାଢିକୁ ସୁସ୍ଥ ରଖିବା ସହିତ ଦାନ୍ତର ବିଭିନ୍ନ ରୋଗରୁ ଦୁରେଇ ରଖିଥାଏ ଯେପରିକି ଦାନ୍ତରୁ ରକ୍ତ ପଡିବl,ପୋକକାଟିବା ଓ ଦାନ୍ତ ଯନ୍ତ୍ରଣାରୁ ମଧ୍ୟ ରକ୍ଷା କରିଥାଏ l

* ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ -କଞ୍ଚା ପନିରରେ ଅମେଗା ଥ୍ରୀ ଫ୍ୟାଟି ଏସିଡ ମିଳିଥାଏ l ଯାହା ମଧୁମେହ ରୋଗୀ ମାନଙ୍କ ପାଇଁ ଲାଭଦାୟକ ଅଟେ ତେଣୁ ମଧୁମେହ ରୋଗୀମାନେ ଅନ୍ୟ ଚିକିତ୍ସା ସହିତ ଦିନକୁ ୫0 ଗ୍ରାମ ପନିର ଖାଇବା ମଧ୍ୟ ହିତକର କାରଣ କଞ୍ଚା ପନିର ସୁଗାର ଲେବୁଲକୁ କଣ୍ଟ୍ରୋଲ କରେ l

* ଫାଇବରରେ ଭରପୁର ଅଟେ -ଫାଇବରର କମି କାରଣରୁ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ l ଯେପରିକି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ,କୋଲେଷ୍ଟ୍ରଲ ,କୋଷ୍ଠକାଠିନ୍ୟ ଓ ରକ୍ତରେ ସରକରl ବଢିବାକୁ ଦିଅନାହିଁ l ଯାହା ଆମ ପାଇଁ ଏକ ବଡ ଅସୁବିଧା ସୃଷ୍ଟି କରେ ଯଦି ଆପଣଙ୍କ ଶରୀରରେ ଫାଇବରର କମି ରହୁଛି ତେବେ ପ୍ରତେକ ଦିନ ଥରଟିଏ କଞ୍ଚା ପନିର ସେବନ କରନ୍ତୁ l

ଶରୀରର ଦୁର୍ବଳକୁ ଦୁରକରେ -ପ୍ରୋଟିନ ସହିତ ପନିରରେ ଅନେକ ଗୁଡିଏ ପୋଷାକ ତତ୍ୱ ରହିଛି ତେଣୁ ପ୍ରତ୍ୟେକ ଦିନ କଞ୍ଚା ପନିର ଖାଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ l ଏହା ବ୍ୟତୀତ କଞ୍ଚା ପନିର ସେବନ କରିବା ଦ୍ୱାରା ମାଂସପେଶୀ ସ୍ତିର ରହିଥାଏ l

ହୃତ୍ପିଣ୍ଡକୁ ସୁସ୍ଥ ରଖେ -କଞ୍ଚା ପନିର ସେବନ କରିବା ଦ୍ୱାରା ଧମନୀରେ ହେଉଥିବା ବ୍ଳକେଜକୁ ଅଟକାଇଥାଏ l ଯାହା ଦ୍ୱାରା ହୃତ୍ପିଣ୍ଡ ବିଭିନ୍ନ ପ୍ରକାର ବିପଦରୁ ଦୁରେଇ ରୁହେ l କଞ୍ଚା ପନିର ରକ୍ତରେ କୋଲେଷ୍ଟ୍ରଲ ଲେବୁଲକୁ କଣ୍ଟ୍ରୋଲ କରିଥାଏ l

Leave A Reply