ନୂଆଦିଲ୍ଲୀ : ଭାରତର ଵେଦେଶ ମନ୍ତ୍ରାଳୟ ପାଖରୁ ଦିଆଯାଇଥିବା ନିରପେକ୍ଷ ବୟାନ ଉପରେ ଚୀନ ବିଦେଶ ମନ୍ତ୍ରାଳୟ ନିଜର ବକ୍ତବ୍ୟ ରଖିଛି l ଚୀନ ଵେଦେଶ ମନ୍ତ୍ରାଳୟର ପ୍ରବକ୍ତା ବାଙ୍ଗ ବେନବୀନ କହିଛନ୍ତି ଯେ ଭାରତକୁ ଚୀନ ଦୁନିଆରେ ବିଶେଷ ଭୂମିକା ତୁଲାଉଥିବା ଗୋଟିଏ ଦେଶ ବୋଲି ଭାବୁଛି ,ଯିଏ ନିଜର ଏକ ସ୍ୱତନ୍ତ୍ର ରାଜନୈତିକ ନୀତି ଆପଣେଇବାରେ ସକ୍ଷମ ହେଇଛି l ବେନବୀନ କହିଛନ୍ତି ଯେ ଭାରତ ନିଜ ଦେଶରେ ଶାନ୍ତି ରଖିବା ସହିତ ବିଶ୍ୱସ୍ତରରେ ସକାରତ୍ମକ ମର୍ଯ୍ୟାଦା ପାଇବାକୁ ସକ୍ଷମ ଅଟେ l ବେନବୀନ ଏହି ମନ୍ତବ୍ୟକୁ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଦେଇଥିବା ବକ୍ତବ୍ୟ ପରେ କହିଥିଲେ l
ଭାରତର ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ସୋମବାର ଦିନ ଏକ ଭରଚୁଆଲ ପ୍ରୋଗ୍ରାମରେ କହିଥିଲେ କି ଦଳ ନିରପେକ୍ଷ ହେବ ଗୋଟିଏ ପୁରୁଣା କଥା ହୋଇଗଲାଣି ,କିନ୍ତୁ ଭାରତ କେବେ କୌଣସି ଏଲାଏନ୍ସ ସିଷ୍ଟମର ଭାଗୀ ହେବନାହିଁ l ଚୀନ ଖବର କଗଚ ଗ୍ଲୋବାଲ ଟାଇମ୍ସ ଏହି କଥା ଲେଖିଛି l ଏସ.ଜୟଶଙ୍କର ଏହା ମଧ୍ୟ ଜୋରଦେଇ କହିଛନ୍ତି ଯେ ବହୁପକ୍ଷବାଦ ଉପରେ ନିର୍ଭର କରିବାର ଯୁଗ ସମାପ୍ତ ହୋଇଗଲାଣି ,ବର୍ତ୍ତମାନ ଦେଶଗୁଡିକୁ ଦଳ ନିରପେକ୍ଷତା ବିଷୟରେ କହିବା ପାଇଁ ବିପଦ ପୂର୍ଣ୍ଣ ପଦକ୍ଷପ ଉଠାଇବା ସହିତ ସମାନ ହେବ l
ଚୀନ ଭାରତର ନୀତି ଗୁଡିକୁ ଅନୁସରଣ କରିଛି ,ଏହା ପଛରେ ଭାରତ ଆମେରିକା ସମ୍ପର୍କ ମଝବୁତ ଦେଖା ଯାଉଥିବାର ଲକ୍ଷ କରିଛି l ଆମେରିକା ଖୋଲାଖୋଲି ଭାବରେ ଭାରତର ପକ୍ଷ ନେଉଛି ,ଯେବେକି କରୋନା ପରେ ଚୀନ ଓ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି l ଭାରତର ବିଦେଶ ମନ୍ତ୍ରୀଙ୍କର ଏହି ବୟାନ ଏଲାଏନ୍ସ ସିଷ୍ଟମର ଭାଗୀ ହେବନାହିଁ ,ଚୀନକୁ ଏହିକଥା ପସନ୍ଦ ଆସିଛି l ଏହାକୁ ଦେଖି ଚୀନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଭାରତ ରାଜନୈତିକ ଓ କୂଟନୈତିକ ସ୍ଥରରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରଖିଛି l