କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଭରର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ପ୍ୟାନେଲ ଭୁକ୍ତ ଆଇନଜୀବି ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୈାରାଜଜ ମାନ୍ୟବର ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଏହି ତାଲିମ ପ୍ରଦାନ କରାଯାଇଥିଲା ।
ଉପସ୍ଥିତ ଥିବା ତାଲିକା ଭୁକ୍ତ ୨୧ଜଣ ଆଇନଜୀବିଙ୍କୁ ଫୈାଜଦାରୀ, ଦେୱାନୀ, ପରିବାର ଅଦାଲତ ମକଦ୍ଦମା ତଥା ବିଭିନ୍ନ ଆଇନ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇ ଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚୀବ ମଳୟ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମାନ୍ୟବର ସିଜେଏମ ଜ୍ଞାନ ରଂଜନ ପଟ୍ଟନାୟକ, ବରିଷ୍ଠ ବିଚାରପତି ଶୋଭନ କାନୁନ୍ଗୋ, ରେଜିଷ୍ଟାର ପୁଣ୍ୟଶ୍ଳୋକ ରଥ, ଜେଏମ୍ଏଫସି ପାରସ ପାଢୀ, ଜରିନ୍ ଖାଁ ଓ ନିଷିକା ଚଣ୍ଡକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
