କେନ୍ଦ୍ରାପଡା : ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ସରପଂଚ ପଦ୍ମାଳୟା ଧଳ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ପଂଚାୟତ ସମସ୍ୟା ନେଇ ଆଲୋଚନା କରିଥିବା ଜଣା ପଡିଛି । ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବା ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ପାର୍କର ଉଦ୍ଘାଟନ କୋଭିଡ-୧୯ର ମୁକାବିଲା ପାଇଁ ପଂଚାୟତ ପକ୍ଷରୁ କରାଯାଉ ଥିବା ଉଦ୍ୟମ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହାସହ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପଂଚାୟତରେ ହୋଇଥିବା ପାର୍କର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେବା ବିଷୟରେ ସୂଚନା ଦେଇଥିଲେ ।