Odisha news

ଚୀନକୁ ସମର୍ଥନ କରି ନିଜ ଦେଶରେ ଆକ୍ରୋସର ହେଲେ ଶିକାର ଇମ୍ରାନ ଖାଁ : ପାକିସ୍ତାନ ବିଦେଶ ବିଭାଗର ଚେତାବନୀ

0

ନୂଆଦିଲ୍ଲୀ : ଚୀନ ସହିତ ବନ୍ଧୁତା କରିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କୁ ମାହାଙ୍ଗା ପଡିଛି l ସେ ନିଜ ଦେଶରେ ହିଁ ଅପବାଦର ଶିକାର ହୋଇଛନ୍ତି l ଚୀନପ୍ରତି ସମର୍ଥନ ଦେଖି ପାକିସ୍ତାନର ବିଦେଶ ବିଭାଗ ଇମ୍ରାନ୍ ଖାଁଙ୍କୁ ଚେତାବନୀ ଦେଇଛି l ଚେତାବନୀ ଦେଇ କହିଛି ଯେ ଯଦି ପାକିସ୍ତାନ ଚୀନର ସମର୍ଥନ କରିବା ନ୍ମ ଛାଡିବା ବିଶ୍ୱ ସ୍ଥରରେ ଅଲଗା ହୋଇ ରହିବ l ବିଦେଶ ବିଭାଗ ଏହା ମଧ୍ୟ କହିଛି ଭାରତ ସହିତ ଉତେଜନା ଦେଖିଥିବାରୁ ଓ କରୋନା ସଙ୍କଟର କାରଣ ହୋଇଥିବାରୁ ଚୀନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଲୋଚିତ ହୋଇଛି l ଯଦି ପାକିସ୍ତାନ ଚୀନ ସହିତ ନିଜର ମନ ଭାବକୁ ନବଦଳାଇବା ତେବେ ବିଶ୍ୱ ଆର୍ଥିକ ଶକ୍ତି ମାନଙ୍କର କ୍ରୋଧର ଶିକାର ହେବ l ଏହି ଶକ୍ତି ମାନେ ଭାରତ ସହିତ ଚୀନର ସଂଘର୍ଷ ପରେ ଚୀନକୁ ଅଲଗା କରିବା ପାଇଁ ଲାଗିପଡିଛନ୍ତି l

ଚୀନକୁ ଆଖି ବନ୍ଦକରି ସମର୍ଥନ କରୁଥିବା ପାକିସ୍ତାନକୁ ଝଟକା ସେତେବେଳେ ଲାଗିଲା ଯେତେବେଳେ ୟୁରୋପୀୟ ୟୁନିୟନ ଓ ବ୍ରିଟେନରେ ପାକିସ୍ତାନ ଏୟାର ଲାଇନ୍ସ ବିମାନ ମାନଙ୍କର ଉଡିବା ଉପରେ ପ୍ରତିବନ୍ଧକ ଲାଗିଲା l ପାକିସ୍ତାନ ୟୁରୋପୀୟ ଦେଶ ମାନଙ୍କର ଏହି ମନଭାବକୁ ନେଇ ସମାଧାନ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ସଫଳ ହେଲାନାହିଁ l ୟୁରୋପୀୟ ରାଷ୍ଟ୍ରମାନେ ଚୀନକୁ ଅଲଗା କରିବା ପାଇଁ ଚେଷ୍ଟା କରୁଛନ୍ତି କାରଣ ଚୀନର ଭାରତ ପ୍ରତି ଆକ୍ରମଣାତ୍ମକ ମନଭାବ ସମସ୍ତଙ୍କୁ ଆଶ୍ଚଯ୍ୟ  l ପାକିସ୍ତାନରେ ପୂର୍ବରୁ ଚୀନ ବିରୁଦ୍ଧରେ ଲୋକମାନଙ୍କ ମନରେ କ୍ରୋଧ ଅଛି l ବଲୁଚିସ୍ତାନ ଓ ଗିଲଗିଟବଲ୍ଟିସ୍ତାନରେ ଯେପରି ଭାବରେ ଚୀନର CPEC ପାଇଁ ପାକିସ୍ତାନରେ ସଂଶୋଧନର ଶୋଷଣ କରୁଛି ତାକୁନେଇ ପାକିସ୍ତାନର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l

ବଲୁଚ ଓ ଗିଲଗିଟବଲ୍ଟିସ୍ତାନ ଲୋକମାନଙ୍କୁ ଚାକିରୀ ମିଳୁନାହିଁ l କାରଣ ଚୀନ କମ୍ପାନୀ ଗୁଡିକ ଚୀନ ଶ୍ରମିକ ମାନଙ୍କୁ କମ ପଇସା ଦେଇ କାମ କରୁଛି l କିନ୍ତୁ ପାକିସ୍ତାନର ନାଗରିକ ମାନେ ବେକାରୀର ସମସ୍ୟାକୁ ସାମ୍ନା କରି କଷ୍ଟରେ ଜୀବନ ବିତାଉଛନ୍ତି l

Leave A Reply

Your email address will not be published.