Odisha news

ବିବାଦ ତୁଟାଇବାକୁ ଆସି ଗଛରେ ବନ୍ଧାହୋଇ ଛେଚା ଖାଇଲେ ତାନ୍ତ୍ରିକ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନ ଅନ୍ତର୍ଗତ ଖରନାସି ଗ୍ରାମରେ ଜୈନିକ ତାନ୍ତ୍ରିକ ବଲେଇ ଘଡେଇଙ୍କୁ ଗ୍ରାମବାସୀ ମାନେ ମିଳିତ ଭାବେ ମାଡ ମାରିବା ପରେ ପୋଲିସ ଗିରଫ କରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ଖରନାସି ଗାଁରେ ବିଶ୍ୱନାଥ ମଣ୍ଡଳ ଓ ମନୋରଞ୍ଜନ ମଣ୍ଡଳ ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ଦୀର୍ଘଦିନ ହେଲା ଗଣ୍ଡଗୋଳ ଲାଗି ରହିଥିଲା ।

ତେବେ ଶନିବାର ରାତିରେ ଏହି ଘଟଣାର ସମାଧାନ କରିବା ପାଇଁ ବିଶ୍ୱନାଥ ନିକଟସ୍ଥ ଗାଁର ତାନ୍ତ୍ରିକ ବଲେଇ ଘଡେଇଙ୍କୁ ଡାକି ଶାନ୍ତି ପ୍ରତିଷ୍ଠା ପାଇଁ ପୂଜାପାଠ କରିଥିଲେ । ପୂଜାପାଠ ପରେ ତାନ୍ତ୍ରିକ ଜଣକ ମନ୍ତ୍ରପାଣି ମନୋରଞ୍ଜନଙ୍କ ଘରେ ଛିଂଚିବାକୁ ଯାଇଥିବା ବେଳେ ମନୋରଞ୍ଜନଙ୍କ ପତ୍ନୀ ହଠାତ୍ ତାନ୍ତ୍ରିକକୁ ଦେଖି ଭୟଭୀତ ହେବାସହ ଚିତ୍କାର କରି ପଡିଶା ଲୋକଙ୍କୁ ଡାକିଥିଲେ । ତାଙ୍କ ପାଟି ଶୁଣି ପଡିଶା ଲୋକମାନେ ଘଟଣା ସ୍ଥଳରେ ପହଁଚି ତାନ୍ତ୍ରିକ ବଲେଇଙ୍କୁ ଏକ ଘଂରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଏବଂ ପରେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ମହାକାଳପଡା ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ତାନ୍ତ୍ରିକ ବଲାଇ ଘଡାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

Leave A Reply

Your email address will not be published.