Odisha news

କେନ୍ଦ୍ରାପଡା : ଆଣ୍ଠୁଏ ପାଣିରେ ବୁଡି ରହିଛି କଜଳା ରାସ୍ତା

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ପୈାରାଂଚଳର ବାୟାମଠ ଛକରୁ ହାଇରୋଡ୍କୁ ଯିବା ପାଇଁ ଥିବା କଜଳା ରାସ୍ତାରେ ଆଣଣ୍ଠୁଏ ବର୍ଷାଜଳ ଓ ନର୍ଦ୍ଦମା ପାଣି ଜମି ରହିଥିବାରୁ ଯିବାଆସିବା ପାଇଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କଜଳା ରାସ୍ତାର ଏହି ବାଟରେ କେନ୍ଦ୍ରାପଡା ଟାଉନକୁ ଦୈନିକ ଶହ ଶହ ଲୋକେ ଯାତାୟତ କରିଥାନ୍ତି ।

ଡ୍ରେନନେଚ୍ କରିବା ପାଇଁ ପୈାରସଂସ୍ଥା ପକ୍ଷରୁ ଏହି ରାସ୍ତାକୁ ଖୋଳା ଯାଇ ଥିବାରୁ ବର୍ଷାଜଳ ଓ ନର୍ଦ୍ଦମା ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜମି ରହୁଛି । ତୁରନ୍ତ ଏହାକୁ ଗମନାଗମନ ଉପଯୋଗୀ କରିବା ପାଇଁ ଗ୍ରାମବାସୀଙ୍କ    ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.