ଅନୁଗୁଳ ଜିଲ୍ଲାରେ ସାପ୍ତାହିକ ସଟ୍ ଡାଉନ୍ ର ୨ୟଜଦିନରେ ମଧ୍ୟ କଟକଣା ବଳବତର ରହିଥିଲା । ଗତ କାଳି ପରି ଆଜି ମଧ୍ୟ କେବଳ ଔଷଧ ଦୋକାନ ଓ କ୍ଷୀର ଦୋକାନ ଛଡିଦେଲେ ଅନ୍ୟ କୋ÷ଣସି ଦୋକାନ ଖୋଲି ନଥିଲା । ଲୋକେ ମଧ୍ୟ ପ୍ରଶାସନ ନିଷ୍ପତିକୁ ମାନୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ପୁଲିସ ଜଗିରହିଥିଲା । ଯେଉଁମାନେ ବିନା କାରଣରେ ବାହାରକୁ ବାହାରୁଛନ୍ତି ସେମାନଙ୍କୁ କଡା ତାଗିଦ୍ କରୁଥିଲା । କେବଳ ଅତ୍ୟାବଶ୍ୟକୀୟ କାମ, ସରକାରୀ କର୍ମଚାରୀ ଏବଂ ସରକାରୀ ଗାଇଡ୍ ଲାଇନ ଭିତରେ ଆସୁଥିବା କର୍ମଚାରୀଙ୍କୁ ପରିଚୟ ପତ୍ର ଦେଖି ଯାତାୟାତ କରିବାକୁ ପୁଲିସ ଅନୁମତି ଦେଉଥିଲା ।
ଦୋକାନ ବଜାର, ଗାଡି ଚଳାଚଳ ସବୁ ବନ୍ଦ ହୋଇଯାଇଥିବାରୁ ଚାରିଆଡେ ଖାଁ ଖାଁ ଲାଗୁଥିଲା । ଜିଲ୍ଲାରେ ଗତକାଲି ପୁଣି ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୬ରେ ପହଁଚିଛି । ବିଶେଷ କରି ଜିଲ୍ଲାରେ ଥିବା ବୃହତ ଶିଳ୍ପସଂସ୍ଥା ଗୁଡିକରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହା କେବଳ ପ୍ରଶାସନ କାହିଁକି ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରଥମ ଥର ପାଇଁ ୪୮ ଘଟିଂଆ ସଟ୍ ଡାଉନ୍ ଘୋଷଣା କରିଛି । ଏହା ଆସନ୍ତା ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ଏହି ସମୟସୀମା ବୃଦ୍ଧି କରାଯାଇ ପାରେ ବୋଲି ପ୍ରଶାସନ ସୂଚନା ଦେଇଛି । ଏହି ସଟ୍ ଡାଉନ୍ କୁ ଲୋକେ ମାନିଛନ୍ତି । ବହୁତ ଆଗରୁ ଏଭଳି ହେବା ଉଚିତ୍ ଥିଲା ବୋଲି ଲୋକେ କହୁଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ଛାନିଆ ହୋଇ ପଡିଛନ୍ତି । ତେଣୁ କରୋନା ସଂକ୍ରମଣ ରୋକିବାକୁକଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି ।
