Odisha news

ଉଦୟଗିରି : ବନ ବିଭାଗ ପକ୍ଷରୁ ଚଢାଉ, ଚୋରା କାଠ ସହ ଟାଟା ଏସି ଜବତ

0

ଉଦୟଗିରି :  ଚଣ୍ଡିଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଓଳାଶୁଣୀ ଛକ ନିକଟରୁ ରବିବାର ଏକ ଫାସି କାଠ ବୋଝେଇ ଟାଟା ଏସି ଗାଡି  ଜବତ କରିଛି ବନ ବିଭାଗ । ଏକ  ଟାଟା ଏସି ଗାଡିରେ ଚୋରା କାଠ ବୋଝେଇ କରି ସାଲେପୁର ପଟୁ ବାଲିଚନ୍ଦ୍ରପୁର ଅଭିମୁଖେ ଆସୁଥିବା ବନ ବିଭାଗର ଭିଜିଲାନ୍ସ ଟିମ୍ ଖବର ପାଇ ଚଢାଉ କରିଥିଲା ।  ବନବିଭାଗ ଭିଜିଲାନ୍ସର ଡି.ଏଫ୍.ଓ ରଜନୀ ମହାନ୍ତି ଙ୍କ ନେତୃତ୍ୱରେ ଏକ ଟିମ  ଗାଡିକୁ ଧରିବା ପାଇଁ  ଓଳାଶୁଣୀ ଛକ ନିକଟରେ ଜଗିରହିଥିଲେ ।

ଗାଡିଟି ଜାତୀୟ ରାଜପଥରେ ପହଞ୍ଚିବା କ୍ଷଣି ପୁର୍ବରୁ ଜଗି ରହିଥିବା ବନବିଭାଗ ଅଧିକାରୀ ଗାଡି ଅଟକାଇ ଥିଲେ ତେବେ  ଗାଡିର  ଚାଳକ ଗାଡିକୁ ଛାଡି ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲା । ଏହି ଗାଡିରେ ୩୧ ସିଫ୍ଟ ଫାସି କାଠଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆଜିର ଏହି ଚଢାଉରେ ବନ ବିଭାଗ ଭିଜିଲାନ୍ସ  କର୍ମଚାରୀ ଙ୍କ ସହିତ ଡାଳିଜୋଡା ରେଞ୍ଜର କର୍ମଚାରୀ  ମାନେ ସାମିଲ ଥିଲେ । ଜବତ ଗାଡିକୁ ଚଣ୍ଡିଖୋଲ ସ୍ଥିତ ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି । ।

Nalco
Leave A Reply