Odisha news

ଗ୍ରହ ଶାନ୍ତି କରିବାକୁ ଆସିଥିବା ତାନ୍ତ୍ରୀକ ର ଗ୍ରହ ଖରାପ ପଡିଲା : ଗଛରେ ବନ୍ଧା ହୋଇ ତାନ୍ତ୍ରୀକ ଛେଚା ଖାଇଲେ , ଶେଷରେ ପୋଲିସ ବାନ୍ଧିଲା

0

ମହାକାଳପଡ଼ା ( ଅରକ୍ଷିତ ନାଥ , ମହାକାଳପଡ଼ା ) :  ଜମ୍ବୁ ସାମଦ୍ରିକ ଥାନା ଖରିନାସୀ ଗ୍ରାମର ବିଶ୍ୱନାଥ ମଣ୍ଡଳ ଓ ପଡେଶୀ ମନୋରଂଜନ ମଣ୍ଡଳ ଜମିବାଡି ସମସ୍ୟା କେନ୍ଦ୍ର କରି ଦିର୍ଘଦିନ ଧରି ଶତ୍ରୁତା ଲାଗି ରହିଛି । ଥାନା ଫାଣ୍ଡି ର୍କୋଟ କଚେରି ମଧ୍ୟ ହୋଇଛି । ସମସ୍ୟା ର କୌଣସି ସମାଧାନ ନହେବାରୁ ବିଶ୍ୱନାଥ ବ୍ୟତିବ୍ୟସ୍ତ ହୋଇ ପାରାଦ୍ୱିପ ଅଂଚଳର ଜଣେ ତନ୍ତ୍ର ସାଧକ ର ଆଶ୍ରୟ ନେଇଥିଲେ ।

ତାନ୍ତ୍ରୀକ ମଧ୍ୟ  ପୁର୍ଣ୍ଣ ପ୍ରତିଶ୍ୃତି ଦେଇ ଘରେ ଗ୍ରହ ଶାନ୍ତି ପୂଜା ହେଲେ ଘରେ ସବୁ ରିଷ୍ଟ ଖଣ୍ଡନ ହେବା ସହିତ ସବୁ ସମସ୍ୟାର ସାମାଧାନ ହେବ । ପୁର୍ବପ୍ରସ୍ତିତି ଅନୁଯାୟୀ ଗତ କାଲି  ଶନିବାର ବିଳମ୍ବିତ ରାତିରେ ବିଶ୍ୱନାଥ ଙ୍କ ଘରେ  ତାନ୍ତ୍ରୀକ ବଲାଇ ଘଡେଇ ଆସି ପୁର୍ବ କାର୍ଯ୍ୟସୂଚି ପୂଜା ଅର୍ଚନା କରିଥିଲେ ।

ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଭିତରେ ପୁଣ୍ଣିମା ରାତିରେ ଗ୍ରହ ଶାନ୍ତି ପାଇଁ ନିବୁଜ କୋଠରି ଭିତରେ ଚାଲୁଥିଲା ତନ୍ତ୍ର ମନ୍ତ୍ର , ଅସ୍ଥି.ପାନ, ଗୁଆ ସିନ୍ଦୁର ଅରୁଆ ଚାଉଳ ,ଦୂବ , ଧୂପ ଦ୍ୱିପ. ତୁଳଷି ଗଛର ଚେର ସହ ଆନୁସଙ୍ଗିକ ପୂଜା ସାମଗ୍ରୀ ଧରି ତନ୍ତ୍ର ସାଧାକ ପୂଜା ଅର୍ଚନା କରୁଥିଲା । ପୂଜା କାର୍ଯ୍ୟର ଶେଷ ପ୍ରର୍ଯ୍ୟାୟରେ ପୂଜା ସାମଗ୍ରି ,କଳସ  କୁ ନଦୀରେ ବିର୍ସଜନ କରିବାକୁ ମଟର ସାଇକେଲ ଯୋଗେ ଯାଉଥିବା ସମୟରେ ପଡେଶୀ ମନୋରଂଜନ ମଣ୍ଡଳ ଙ୍କ ଘରୁ ଶୁଭିଥିଲା ହୋ ହାଲ୍ଲା ,ଏହି ହୋ ହାଲ୍ଲା ଶୁଣି ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ ।

ଅନ୍ୟର  ଗ୍ରହ ଶାନ୍ତି କରିବାକୁ ଆସିଥିବା ତାନ୍ତ୍ରୀକ ର ଗ୍ରହ ଖରାପ ପଡିଗଲା । ଗଛରେ ବନ୍ଧା ହୋଇ ଛେଚା  ଖାଇ  ଶେଷରେ ପୋଲିସ ବାନ୍ଧିଲା । ଏନେଇ ବାସନ୍ତି ମଣ୍ଡଳ ଜମ୍ବୁ ସାମୁଦ୍ରିକ ଥାନା ରେ ଲିଖିତ ଅଭିଯୋଗ ପରେ ଥାନା କେସ ନମ୍ବର ୭୪/୨୦ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.